ଅଶୋକ ଗେହଲଟ ହେବେ କଂଗ୍ରେସ ଅଧ୍ୟକ୍ଷ !

ସତ୍ୟପାଠ ବ୍ୟୁରୋ : କଂଗ୍ରେସର ନୂଆ ଅଧ୍ୟକ୍ଷ ହୋଇପାରନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେଉଛି । ଅବଶ୍ୟ ଏନେଇ କଂଗ୍ରେସ ତରଫରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ ।

ନବଭାରତ ଟାଇମସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗେହଲଟଙ୍କୁ ଅଧକ୍ଷ କରାଇବା ପାଇଁ କଂଗ୍ରେସ ସ୍ଥିର କରି ସାରିଛି ଓ ଏନେଇ ତାଙ୍କୁ ପ୍ରସ୍ତୁତ ରହିବାକୁ ମଧ୍ୟ କୁହାଯାଇଛି । ତେବେ ଗେହଲଟ ଅଧ୍ୟକ୍ଷ ରହିବା ସହ ଆଉ ଦୁଇ ତିନି ଜଣ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ବଛାଯିବାକୁ ବଚାର ବିମର୍ଷ ଚାଲିଛି । ତେବେ ବାରମ୍ବାର ବଂଶବାଦ ରାଜନୀତିକୁ ନେଇ ବିବାଦରେ ରହୁଥିବା ଗାନ୍ଧୀ ପରିବାର ବାହାରୁ ଜଣଙ୍କୁ ଅଧ୍ୟକ୍ଷ କରାଯିବା ନେଇ ସ୍ଥିର ହୋଇ ସାରିଥିବା କୁହାଯାଉଛି ।

ଗେହଲଟ ବୁଧବାର ରାହୁଲଙ୍କୁ ଭେଟି ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ । ଏହି ସମୟରେ ସେ ରାହୁଲଙ୍କୁ ଅଧ୍ୟକ୍ଷ ପଦ ନଛାଡିବାକୁ କହିଥିବା କୁହାଯାଉଛି । ତେବେ ରାହୁଲ ନିଜ ଜିଦରେ ଅଟଳ ରହିଛନ୍ତି ଓ ଅଧ୍ୟକ୍ଷ ପଦରେ ଗାନ୍ଧୀ ପରିବାର ବାହାରୁ କାହାକୁ ବସାଇବାକୁ ଚାହୁଁଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

Related Posts