ଅନୁଭବଙ୍କ ବିରୋଧରେ ନବୀନ ନିବାସ ଆଗରେ ମହିଳାଙ୍କ ଧାରଣା

ସତ୍ୟପାଠ ବ୍ୟୁରୋ : ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିବା ମହିଳା ଆଜି ନବୀନ ନିବାସ ସାମ୍ନାରେ ଧାରଣା ଦେଇଛନ୍ତି । ତେବେ ପୁଲିସ ତାଙ୍କୁ ସେଠାରୁ ଉଠାଇ ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମହିଳା ଜଣକ ନବୀନ ନିବାସ ସାମ୍ନା ରାସ୍ତାରେ ଧାରଣା ଦେଇଥିଲେ ।

ଗତ କିଛି ଦିନ ତଳେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ନାଁରେ ଦୁର୍ବ୍ୟବହାର ମାମଲା ରୁଜୁ ହୋଇଥିଲା । କଟକର ସସ୍ମୀତା ଆଚାର୍ଯ୍ୟ ନାମ୍ନୀ ଜଣେ ମହିଳାଙ୍କୁ ଦୁଇ ଭାଇ ଦୁର୍ବ୍ୟବହାର କରିଥିବା ପୁରୀଘାଟ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲା । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଅନୁପ୍ରାସ ତାଙ୍କୁ କମେଣ୍ଟ ମାରୁଥିଲେ । ଏନେଇ ସେ ଗତ ୧୨ ତାରିଖ ରାତିରେ ଅନୁଭବଙ୍କୁ ଜଣାଇବାକୁ ଯାଇଥିଲେ । କିନ୍ତୁ ସେଠାରେ ଅନୁଭବ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଛେପ ପକାଇଥିବା ମହିଳା ଜଣକ ଅଭିଯୋଗ କରିଥିଲେ । ତେବେ ମହିଳାଙ୍କର ସମସ୍ତ ଅଭିଯୋଗକୁ ଅନୁଭବ ଖଣ୍ଡନ କରିଥିଲେ ।

Related Posts