ବର୍ଷା ଓ ଧୂଳିଝଡ ଆଶଙ୍କା; ସତର୍କ କଲା ପାଣିପାଗ ବିଭାଗ

ସତ୍ୟପାଠ ବ୍ୟୁରୋ :  କାଳବୈଶାଖୀ ପ୍ରଭାବରେ ରାଜ୍ୟର ୧୧ଟି ଜିଲ୍ଲାରେ ଅଳ୍ପ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହାସହ ଧୂଳିଝଡ ମଧ୍ୟ ହୋଇପାରେ ।  ଏନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଦିଆଯାଇଛି ।

ଦିନ ୧୨ଟା ୩୦ ଯାଏ କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଖୋର୍ଧ. ଅନୁଗୋଳ, କଟକ, ନୟାଗଡ ଓ ପୁରୀ ଜିଲ୍ଲାରେ ହାଲୁକା ବର୍ଷା ଓ ବଜ୍ରପାତ ନେଇ ଅନୁମାନ କରାଯାଇଛି । କିଛି ସ୍ଥାନରେ ଧୂଳିଝଡ ହେବା ନେଇ ଆଶଙ୍କା ରହିଛି ।  ଏହି ସମୟରେ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

Related Posts