ଅଶୋକ ଗେହଲଟଙ୍କ ବଡ଼ ଖୁଲାସା: ମୁଁ ଅଗଷ୍ଟରେ ସୋନିଆ ଗାନ୍ଧୀଙ୍କୁ ନିଜର ଇସ୍ତଫା ଦେବା କଥା ଜଣାଇଥିଲି

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ବଡ଼ ଖୁଲାସା କରିଛନ୍ତି । ନିଜ ଇସ୍ତଫାକୁ ନେଇ ବଡ଼ ଖୁଲାସା କରିଚନ୍ତି। ଦିଲ୍ଲୀ ଯିବା ଉପରେ ଏକ ପ୍ରଶ୍ନର ଜବାବରେ ସେ କହିଛନ୍ତି, କଂଗ୍ରେସ ମୋତ ବହୁତ କିଛି ଦେଇଛି, ଏବେ ନୂଆ ପିଢିକୁ ସୁଯୋଗ ଦିଆଯିବା ଦରକାର । ସେ କହିଛନ୍ତି, ମୁଁ ଅଗଷ୍ଟରେ ସୋନିଆ ଗାନ୍ଧୀଙ୍କୁ ନିଜର ଇସ୍ତଫା ଦେବା କଥା ଜଣାଇଥିଲି । ରାଜସ୍ଥାନ ସହ ମୋର ଅତୁଟ ପ୍ରେମ ସବୁବେଳେ ରହିବ । ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ଏହାର ନିଷ୍ପତ୍ତି ବିଧାୟକ ଦଳ ବୈଠକ ପରେ ହେବ ।

ଗେହଲଟ କହିଛନ୍ତି, ‘ମୁଁ ସିଏମ ରହେ କିମ୍ୱା ଅଧ୍ୟକ୍ଷ ରହେ, ମୁଁ ସନ୍ଦେଶ ଭଲ ପାଇବାର ସନ୍ଦେଶ। ମୁଁ ଇଚ୍ଛା ମୁଁ ଯୁବ ଏବଂ ଛାତ୍ରଙ୍କ ପାଇଁ ଅଧିକରୁ ଅଧିକ କାମ କରିବି । କୌଣସି ପରିସ୍ଥିତି ହିଂସା ଏବଂ ଉତ୍ତେଜନା ନ ହେବା ଦରକାର। ଆମର ନେତା ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଦେଶ ପାଇଁ ଜୀବନ ଦେଇଥିଲେ, ଦେଶକୁ ଏକଜୁଟ ରଖିବାର କାମ କରିଥିଲେ’।

ରାଜସ୍ଥାନ କଂଗ୍ରେସ ରବିବାର ବିଧାୟକ ଦଳ ବୈଠକ କରିବ । ଏହି ବୈଠକରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ଚୟନ ହୋଇପାରେ । ଅଶୋକ ଗେହଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଉଲ୍ଲେଖଯୋଗ୍ୟ, ଶନିବାର କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ନିର୍ବାଚନରେ ନିଜର ପ୍ରାର୍ଥୀତ୍ୱକୁ ମଜଭୁତ କରିବା ପାଇଁ ନାମାଙ୍କନ ପୂର୍ବରୁ ଦଳର ବରିଷ୍ଠ ନେତା ଅଶୋକ ଗେଲହଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ।

Related Posts