ଅଶୋକ ପରିଜା ନୂଆ ଆଡଭୋକେଟ ଜେନେରାଲ

ସତ୍ୟପାଠ ବ୍ୟୁରୋ : ବରିଷ୍ଠ ଆଇନଜୀବୀ ଅଶୋକ ପରିଜା ରାଜ୍ୟର ନୂଆ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ସରକାର ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ।

ଶ୍ରୀ ପରିଜା ଆଇନଜୀବୀ ଭାବେ ସାରା ଦେଶରେ ସୁନାମ ଅର୍ଜନ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାର ସଫଳ ପରିଚାଳନା କରି ଗୌରବ ଅର୍ଜନ କରିଛନ୍ତି । ସେ ବାର୍ କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷ ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ । ସେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ରହିବା ସହ ହାଇକୋର୍ଟ ବାର ଆସୋସିଏସନର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୧୯୮୪ ମସିହାରୁ ଆଇନ ବୃତ୍ତିରେ ଥିବା ଶ୍ରୀ ପରିଜା ଉଭୟ ସୁପି୍ରମକୋର୍ଟ ଓ ହାଇକୋର୍ଟରେ ମାମଲା ପରିଚାଳନା କରି ଆସୁଥିବା ବେଳେ ସାମ୍ବିଧାନିକ, କମ୍ପାନି, ଆଫେୟାର୍ସ, ଦେୱାନି, ଫୌଜଦାରି ମାମଲା ପରିଚାଳନାରେ ବିଶେଷ ଦକ୍ଷତା ରଖିଛନ୍ତି ।

Related Posts