
ସତ୍ୟପାଠ ବ୍ୟୁରୋ : ଝାରଖଣ୍ଡ ଗରୱା ଠାରେ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟି ୬ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତୀ କରାଯାଇଛି ।
Jharkhand: 6 dead and around 39 people injured after a bus fell into a gorge in Garhwa. Rescue operations underway. More details awaited. pic.twitter.com/eWEBezfduG
— ANI (@ANI) June 25, 2019
ବସଟିରେ ପ୍ରାୟ ୫୦ଜଣ ଯାତ୍ରୀ ଥିବା କୁହାଯାଉଛି । ତେବେ ପାହାଡିଆ ଅଂଚଳ ଦେଇ ବସଟି ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ତଳକୁ ଖସିପଡିଥିଲା । ଖବର ପାଇ ପୁଲିସ ଓ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ ।