ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ

ସତ୍ୟପାଠ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ । ପ୍ରଥମ ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ରଖିଛନ୍ତି । ଅଭିଭାଷଣ ଆରମ୍ଭରୁ ଦିବଙ୍ଗତ ବିଜେଡି ନେତା ଦେବପ୍ରକାଶ ଅଗ୍ରୱାଲ ଏବଂ ପୁଲୱାମାରେ ସହୀଦ ଅଜିତ ସାହୁଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା । ଏହାପରେ ବିଜେଡି ସରକାରର ୫ବର୍ଷର ସଫଳତା ଓ ଆଗାମୀ ୫ବର୍ଷର ଯୋଜନକୁ ଅଭିଭାଷଣରେ ସ୍ଥାନ ଦେଇଥିଲେ ରାଜ୍ୟପାଳ ।

ଗତ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ନିର୍ବାଚନ ବୋଲି କହିଛନ୍ତି ରାଜ୍ୟପାଳ । ସେହିଭଳି ଫନୀରେ ସରକାରଙ୍କ ପଦକ୍ଷେପକୁ ପ୍ରଂଶସା କରିଛନ୍ତି । ୫ଥର ପାଇଁ ସରକାର ଉପରେ ଲୋକେ ଭରସା କରିଥିବା ସେ ଭରସା ବଜାୟ ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟପାଳ ।

ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି ମହିଳା ସଶକ୍ତିକରଣ ମୋ ସରକାର ବିକାଶର ମୂଳମନ୍ତ୍ର । ମିଶନ ଶକ୍ତି ଯୋଜନାରେ ମହିଳାଙ୍କୁ ବିନା ସୁଧରେ ଋଣ ମିଳୁଛି । ପ୍ରତି ପ୍ରଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ହେବ । ଏସଏଚଜିଙ୍କୁ ବିନା ସୁଧରେ ୫ଲକ୍ଷ ଯାଏ ଋଣ ମିଳିବ । ଅନ୍ୟପଟେ କାଳିଆ ଯୋଜନାକୁ ବି ପ୍ରଶଂସା କରିଛନ୍ତି ରାଜ୍ୟପାଳ । ଏହି ଯୋଜନା ଦ୍ୱାରା କୃଷକ ଓ ଭୂମିହୀନ ଉପକୃତ ହୋଇଥିବା କହିଛନ୍ତି ।

Related Posts