ଭୋଟ ଦେଲେ ଆଶୀର୍ବାଦ

ଓଡ଼ିଶା କ୍ରିକେଟ ଆସୋସିଏସନର ନିର୍ବାଚନ ପାଇଁ ମତଦାନ ଆରମ୍ଭ । SCB ମେଡିକାଲରୁ ଭୋଟ ଦେଲେ ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା । କିଛି ଦିନ ତଳେ ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ଆଶୀର୍ବାଦ । ଏହାପରେ ଅସୁସ୍ଥ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥତା କାରଣରୁ ଆଶୀର୍ବାଦ ଆଜି ମେଡିକାଲରୁ ନିଜର ମତ ସାବ୍ୟସ୍ତ କରିଛନ୍ତି ।  ଆଶୀର୍ବାଦଙ୍କ ପୁଅ ସଞ୍ଜୟ ବେହେରା OCA ସମ୍ପାଦକ ପଦ ପାଇଁ ନିର୍ବାଚନ ଲଢ଼ୁଛନ୍ତି ।  OCA ସଭାପତି ଓ ସମ୍ପାଦକ ପଦ ସହ ମୋଟ ୫ଟି ପଦ ପାଇଁ ମତଦାନ ଜାରି । OCAରେ ରହିଛନ୍ତି ମୋଟ ୭୩ ଜଣ ଭୋଟର ।

Related Posts