ଲ୍ୟାଣ୍ଡର ବିକ୍ରମର ହାର୍ଡ ଲ୍ୟାଣ୍ଡିଂ ସାଇଟ୍

ଚନ୍ଦ୍ରଯାନ-୨ ନେଇ ଆଉ ଏକ ଖୁଲାସା । ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂ ହାର୍ଡ ହୋଇଛି । ତେଣୁ ତାହା ସହ ଅରର୍ବିଟର କମ୍ୟୁନିକେସନ ହୋଇପାରିନାହିଁ ।  ବିକ୍ରମର ହାର୍ଡ ଲ୍ୟାଣ୍ଡିଂ ସାଇଟ୍‌ର  ଏକ ଫଟୋ ଜାରି କରିଛି ନାସା । ଫଟୋ ଆଧାରରେ ବିକ୍ରମର ହାର୍ଡ ଲ୍ୟାଣ୍ଡିଙ୍ଗ୍ ହୋଇଛି ବୋଲି ନାସା ପକ୍ଷରୁ କୁହାଯାଇଛି। ଅର୍ଥାତ୍ ବିକ୍ରମ ତୀବ୍ର ଗତିରେ ଆସି ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା। ତେବେ ବିକ୍ରମର ଏଯାଏ କୌଣସୀ ଫଟୋ ମିଳି ନାହିଁ। ହାଇ ରିଜୋଲ୍ୟୁସନ ଇମେଜ ଏହାର ଲୁନାର ଅର୍ବିଟର କ୍ୟାମେରା ସାହାଯ୍ୟରେ ବିକ୍ରମର ହାର୍ଡ ଲ୍ୟାଣ୍ଡିଂ ଫଟୋ ଉଠାଯାଇଛି।  ଅକ୍ଟୋବରରେ ନାସା ଆଉ କିଛି ଫଟୋ ଦେଇପାରେ ବୋଲି କହିଛି। ନାସା ବୈଜ୍ଞାନିକଙ୍କ ସୂଚନା ଚନ୍ଦ୍ରପୃଷ୍ଠରେ ରାତି ହୋଇ ସାରିଛି । ଏହା ଦ୍ଵାରା ଚନ୍ଦ୍ରପୃଷ୍ଠରେ କେବଳ ଛାୟା ଦେଖା ଯାଉଛି। ତେଣୁ ବିକ୍ରମ ଛାୟା ଭିତରେ ରହି ଯାଇଥିବାର ସମ୍ଭାବନା ରହିଛି। ବିକ୍ରମ ଦେଖା ନଯିବା ପଛର ଅନ୍ୟ ଏକ କାରଣ ଧୂଳି ବି ହୋଇପାରେ।

Related Posts