ଆଜିଠାରୁ +୩ ସ୍ପଟ୍‌ ଆଡ୍‌ମିଶନ

ରାଜ୍ୟର ଯୁକ୍ତ ତିନି କଲେଜଗୁଡ଼ିକରେ ଖାଲିପଡ଼ିଥିବା ସିଟ୍ ପୂରଣ ପାଇଁ ଆଜିଠାରୁ ସ୍ପଟ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ଆଜି ଓ ଆସନ୍ତାକାଲି ନାମ ଲେଖାଇବା ପଞ୍ଜୀକରଣ କରିପାରିବେ । ୧୯ ତାରିଖରୁ ୨୧ ତାରିଖ ପର‌୍ୟ୍ୟନ୍ତ ସିଲେକ୍ସନ ତାଲିକାରେ ଥିବା ଛାତ୍ରଛାତ୍ରୀ ଅନ୍‌ଲାଇନରେ ଟଙ୍କା ଦାଖଲ କରିବେ । ୨୩ ତାରିଖରେ ନାମଲେଖା ହେବ । ଆସନ୍ତା ୨୪ ତାରିଖରୁ ପାଠପଢ଼ା ଆରମ୍ଭ ହେବ । ପୂର୍ବରୁ ଦୁଇଟି ପର‌୍ୟ୍ୟାୟରେ ନାମଲେଖା ହୋଇସାରିଛି । ମାତ୍ର ଅନେକ କଲେଜଗୁଡ଼ିକରେ ସିଟ୍ ଖାଲିପଡ଼ିଛି । ସେଥିଲାଗି ସ୍ପଟ୍‌ ଆଡ୍‌ମିଶନ କରାଯାଉଛି ।

Related Posts