ନିଜ ସ୍ତ୍ରୀଙ୍କୁ ପଚାରନ୍ତୁ ଝିଅମାନଙ୍କୁ କେମିତି ବ୍ୟବହାର କରାଯାଏ ; ସୁଶୀଲ ମୋଦିଙ୍କୁ ଲାଲୁଙ୍କ ଝିଅ ଦେଲେ ମୁହଁ ତୋଡ ଜବାବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିହାରରେ ଆରଜେଡି ନେତା ତେଜସ୍ବୀ ଯାଦବ ତାଙ୍କ ସରକାରୀ ବାସଭବନରେ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନେଇ ଏବେ ଜୋର ଧରିଛି ରାଜନୀତି। ଏହି ରାଜନୀତି ଏବେ ପାରିବାରିକ ସ୍ତରକୁ ଚାଲି ଯାଇଛି। ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ସାସଂଦ ସୁଶୀଳ ମୋଦୀ ତେଜସ୍ବୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟଙ୍କୁ ଏହି ରାଜନୀତି ମଧ୍ୟକୁ ଟାଣିଛନ୍ତି । ତେବେ ସୁଶୀଳ ମୋଦୀଙ୍କୁ ଟୁଇଟରରେ ମୁହଁ ତୋଡ ଜବାବ ଦେଇଛନ୍ତି ରୋହିଣୀ। ପ୍ରକୃତ ଘଟଣାଟି ହେଉଛି, ବୁଧବାର ଦିନ ରାଜେଡି ନେତା ତେଜସ୍ବୀ ଯାଦବ ନିଜ ସରକାରୀ ବାସଭବନକୁ କୋଭିଡ୍ କେୟାର ସେଣ୍ଟର କରିଛନ୍ତି । ନିଜସ୍ବ ପାଣ୍ଠିରେ ପ୍ରସ୍ତୁତ ଏହି ସେଣ୍ଟରରେ ବେଡ୍, ଅକ୍ସିଜେନ୍, ଔଷଧ ସଙ୍ଗେ ସଙ୍ଗେ ମାଗଣା ଖାଦ୍ୟପେୟର ମଧ୍ୟ ସୁବିଧା କରିଛନ୍ତି । ଏହି କୋଭିଡ୍ କେୟାର ସେଣ୍ଟରକୁ ନିଜ ହାତକୁ ନେଇ ପରିଚାଳନା କରିବାକୁ ନିତୀଶ ସରକାରଙ୍କୁ ତେଜସ୍ବୀ ଅନୁରୋଧ କରିଥିଲେ। ଏହାକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି। ନିତୀଶଙ୍କ ପ୍ରିୟ ସହଯୋଗୀ କୁହାଯାଉଥିବା ବିଜେପି ନେତା ସୁଶୀଳ ମୋଦୀ ଟ୍ବିଟ୍ କରି ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, ” ତେଜସ୍ବୀ ଯାଦବଙ୍କୁ ସରକାରୀ ବାସଭବନ ବଦଳରେ ପାଟଣାରେ ଅର୍ଜିତ ଡଜନ ଘର ମଧ୍ୟରୁ କୌଣସି ଏକ ଘରେ କୋଭିଡ୍ ହସ୍ପିଟାଲ ନିର୍ମାଣ କରିବାରଥିଲା । ଯେଉଁଠାରେ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା କରାଯାଇଥାନ୍ତା ।” ତେବେ ବିଜେପି ନେତା ଏତିକିରେ ଅଟକି ନଥିଲେ ସେ ଆହୁରି ମଧ୍ୟ କହିଥିଲେ ଯେ, ତେଜସ୍ବୀ ଯାଦବଙ୍କ ପରିବାରର ଦୁଇ ଭଉଣୀ ଏମବିବିଏସ୍ ଡାକ୍ତର । କରୋନା ମହାମାରୀ ସମୟରେ ତାଙ୍କ ସେବା କାହିଁକି ନିଆଗଲା ନାହିଁ ? ବିଜେପି ନେତା ସୁଶୀଳ ମୋଦୀଙ୍କ ଏହି ପ୍ରଶ୍ନକୁ ନେଇ ରୋହିଣୀ ସୁଶୀଳଙ୍କ ଉପରେ ଟୁଇଟରରେ ଖୁବ୍ ବର୍ଷି ଥିଲେ । ରୋହିଣୀ ଟ୍ବିଟ୍ କରି ଲେଖିଛନ୍ତି ଯେ, ” ଆପଣଙ୍କ ଭାଗ୍ୟ ଭଲ ଥିଲା ସେତେବେଳେ ମୁଁ ସେଠାରେ ନଥିଲି । ଯାଆନ୍ତୁ ନିଜ ସ୍ତ୍ରୀ କୁ ପଚାରିବେ ଝିଅ ମାନଙ୍କ ସହ କିପରି ବ୍ୟବହାର କରାଯାଏ। ” ରୋହିଣୀ ତାଙ୍କ ଟ୍ବିଟରେ ସ୍ରିଜନ ସ୍କାମ ବିଷୟରେ ଉଲ୍ଲେଖ କରି ସୁଶୀଲ ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।

Related Posts