କୁମ୍ଭକୁ ନେଇ ରାଜନୀତି କରିବା ବନ୍ଦ କର, ପରମ୍ପରାକୁ କଳଙ୍କିତ କରାଯାଉଛି:ସ୍ୱାମୀ ଅବଦେଶାନନ୍ଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୁମ୍ଭମେଳାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଏଥି ମଧ୍ୟରେ ଆଖରା ବାବା ମାନଙ୍କ ସହ ଅନ୍ୟାନ ସାଧୁ ସନ୍ଥ ମେନେ ବୟାନ ଦେଇଛନ୍ତି। କୁମ୍ଭମେଳାକୁ COVID-19ର “ସୁପର ସ୍ପ୍ରେଡର୍” କହି ଅପମାନିତ କରିବା ପାଇଁ କଂଗ୍ରେସ ଏକ ଟୁଲକିଟ୍ ଡିଜାଇନ୍ କରିଥିବା ଅଭିଯୋଗ ହେବାର ଗୋଟିଏ ଦିନ ପରେ ଜୁନା ଆଖରା ସ୍ୱାମୀ ଅବଦେଶାନନ୍ଦ ଗିରି ମହାରାଜ ଲୋକଙ୍କୁ ଅନୁରୋଧ କରିଛନ୍ତି ଧାର୍ମିକ ଘଟଣାକୁ ରାଜନୀତିକରଣ କରିବା ଠିକ ନୁହେଁ। ସେ ଅଭିଯୋଗ କରିଛନ୍ତି ଯେ ଜାତିର ସଂସ୍କୃତି, ରୀତିନୀତି, ବିଶ୍ୱାସ ଏବଂ ପରମ୍ପରାକୁ କଳଙ୍କିତ କରାଯାଉଛି। ଏକ ଭିଡିଓ ବାର୍ତ୍ତାରେ ସ୍ୱାମୀ ଅବଦେଶାନନ୍ଦ କହିଛନ୍ତି, “ଏକ ଟୁଲକିଟ୍ ପ୍ରଚାର ପ୍ରସାର କରୁଛି ଯେ ସାରା ଦେଶରେ COVID-19 ମାମଲା ବିସ୍ତାର ହେବାର କାରଣ ହେଉଛି କୁମ୍ବ। କିନ୍ତୁ ଉତ୍ତରାଖଣ୍ଡରେ କୁମ୍ଭ ଚାଲିଥିଲାବେଳେ ଅନ୍ୟ ରାଜ୍ୟରେ ମାମଲା ପୂର୍ବରୁ ରହିଥିଲା। ଉତ୍ତରପ୍ରଦେଶର ଅବସ୍ଥା ଗୁରୁତର ନଥିଲା। ସେ ପୁଣି କହିଛନ୍ତି “ଜାତିର ସଂସ୍କୃତି, ରୀତିନୀତି, ବିଶ୍ୱାସ ଏବଂ ପରମ୍ପରାକୁ ଏକ ଯୋଜନାବଦ୍ଧ ଢଙ୍ଗରେ ଅପମାନିତ କରାଯାଉଛି। କୁମ୍ଭମେଳା ନେଇ ରାଜନୀତି କରିବା ଭଲ ନୁହେଁ। ସାଧୁ-ସମ୍ପ୍ରଦାୟ ଏହାକୁ ଅତ୍ୟନ୍ତ ନିନ୍ଦା କରୁଛନ୍ତି ଵୋଲି କହିଛନ୍ତି। ମଙ୍ଗଳବାର ଦିନ ବିଜେପି ଅଭିଯୋଗ କରିଛି ଯେ ଏହି ଟୁଲକିଟ୍ କୁ କଂଗ୍ରେସର ସୋସିଆଲ ମିଡିଆ ସ୍ୱେଚ୍ଛାସେବୀମାନେ ଏହାକୁ ନୂତନ COVID-19 ମ୍ୟୁଟାଣ୍ଟ “ଭାରତୀୟ ଷ୍ଟ୍ରେନ୍” କିମ୍ବା “ମୋଦୀ ଷ୍ଟ୍ରେନ୍” ବୋଲି କହିଛନ୍ତି। ସ୍ୱାମୀ ଅବଦେଶାନନ୍ଦ ଦର୍ଶାଇଛନ୍ତି ଯେ କରୋନାଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ଦ କରିବା ପାଇଁ ଅନୁରୋଧ କରିବା ପରେ କୁମ୍ବ ଶେଷ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି, “ତୁମେ ଜନ୍ମ ହୋଇଥିବା ଦେଶର ମୂଲ୍ୟବୋଧ ଏବଂ ପରମ୍ପରା ଉପରେ ବିଶ୍ୱାସ ରଖ। କୁମ୍ଭକୁ ନେଇ ରାଜନୀତିକରଣ କରିବା ଠିକ ନୁହେଁ।

Related Posts