
ନୂଆଦିଲ୍ଲୀ: ଗତକିଛି ଦିନ ହେଲା ବେଶ ଚର୍ଚାରେ ରହି ଆସୁଛନ୍ତି ଗୁଜୁରାଟର ଯୁବ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ | ନିଜ ମନ୍ତବ୍ୟ ହେଉ ଅବା ଦଳ ଛାଡିବା ଚର୍ଚା | ଯାହାକୁ ନେଇ ଏବେ ବେଶ ଚର୍ଚାରେ ଅଛନ୍ତି ହାର୍ଦ୍ଦିକ ପଟେଲ |
ତେବେ ଏହାରି ମଧ୍ୟରେ ସାକ୍ଷାତକାରରେ ହାର୍ଦ୍ଦିକ ଦଳ ଓ ତାଙ୍କ ମଧ୍ୟରେ ଥିବା ଅସନ୍ତୋଷ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି | ମୋ ଅସନ୍ତୋଷ କେନ୍ଦ୍ରୀୟ ନେତୃତ୍ୱ ନୁହେଁ ବରଂ ରାଜ୍ୟ ନେତୃତ୍ୱ ବିରୋଧରେ । ଦିଲ୍ଲୀ ହାଇକମାଣ୍ଡ ପଦବୀକୁ ନେଇ ବିବାଦ ଲାଗିରହିଥିବାବେଳେ ଗୁଜୁରାଟ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ କହିଛନ୍ତି ଯେ, ଦଳ ସହ ପ୍ରତି ମୂହୂର୍ତ୍ତରେ ରହିଛନ୍ତି । ହାର୍ଦ୍ଦିକ ପଟେଲ ଯିଏ କି, ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ଅଟନ୍ତି ।
ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ୩୨ଟି ମାମଲା ବିରୋଧରେ ଲଢିବାରେ ଦଳ ତାଙ୍କୁ ଆଇନଗତ ସହାୟତା କରିବାରେ ବିଫଳ ହୋଇଛି । ସେ କହିଛନ୍ତି, “ମୋର ଅସନ୍ତୋଷ ରାଜ୍ୟ ନେତୃତ୍ୱ ବିରୋଧରେ, କେନ୍ଦ୍ରୀୟ ନେତୃତ୍ୱ ନୁହେଁ । ଯଦି ମୁଁ କଂଗ୍ରେସର କାର୍ଯ୍ୟରତ ସଭାପତି, ତେବେ ରାଜ୍ୟ ନେତୃତ୍ୱ ମୋତେ କିଛି ଦାୟିତ୍ୱ ଦେବା ଉଚିତ୍। ମୁଁ ବର୍ତ୍ତମାନ କଂଗ୍ରେସରେ ଅଛି ।
ମୁଁ ଆଶା କରୁଛି କେନ୍ଦ୍ରୀୟ ନେତାମାନେ କିଛି ଉପାୟ ପାଇବେ ଯାହା ଦ୍ୱାରା ମୁଁ କଂଗ୍ରେସରେ ଆଗକୁ ମଧ୍ୟ ରହିବି । ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ସେ ଆପତ୍ତି କରିଛନ୍ତି ଯେ, ଯେଉଁମାନେ କଂଗ୍ରେସ ଛାଡିବାକୁ ଚାହୁଁଛନ୍ତି ସେମାନେ ଏହା କରିପାରିବେ । ରାହୁଲ ଗାନ୍ଧୀ କହିଛନ୍ତି ଯେଉଁମାନେ କଂଗ୍ରେସ ଛାଡିବାକୁ ଚାହାଁନ୍ତି ସେମାନେ ଏପରି କରିପାରିବେ ।
କିନ୍ତୁ ରାଜ୍ୟରେ ଥିବା ନେତୃତ୍ୱ ଏପରି କରିବା ଠିକ୍ ନୁହେଁ । ଆପଣ ନିଶ୍ଚିତ ଭାବେ ଜଗଦୀଶ ଠାକୁର ଏବଂ ଡକ୍ଟର ରଘୁ ଶର୍ମା ରାହୁଲଙ୍କ ଭାଷାରେ କଥାବାର୍ତ୍ତା କରୁଥିବା ଶୁଣିଥିବେ । ଯଦି ସମସ୍ତେ ପାର୍ଟି ଛାଡନ୍ତି ତେବେ କଣ ହେବ? ବୋଲି ସାକ୍ଷାତକାରରେ ହାର୍ଦ୍ଦିକ ପ୍ରଶ୍ନ କରିଛନ୍ତି । ପାଟିଦାର ନେତାଙ୍କ ବିବୃତ୍ତିକୁ କଳ୍ପନାଜଳ୍ପନା ଆସିଛି ଯେ, ସେ ଶାସକ ଦଳ ଅର୍ଥାତ୍ ବିଜେପିରେ ସାମିଲ ହେବାକୁ ଯୋଜନା କରୁଛନ୍ତି ।
କାରଣ ସେ ଶାସକ ଦଳର “ନିଷ୍ପତ୍ତି ନେବା କ୍ଷମତା” କୁ ପ୍ରଶଂସା କରିବା ସହ ହିନ୍ଦୁ ହୋଇଥିବାରୁ ସେ ଗର୍ବିତ ବୋଲି କହିଥିଲେ । ପଟେଲ ପୂର୍ବରୁ ବିଜେପିରେ ଯୋଗଦେବା ଗୁଜବକୁ ଖଣ୍ଡନ କରିଥିଲେ । ଲୋକମାନେ ଅନେକ କଥା କୁହନ୍ତି । ଯେତେବେଳେ ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ ।
ମୁଁ ତାଙ୍କୁ ପ୍ରଶଂସା କରିଥିଲି, କାରଣ ଉପରାଷ୍ଟ୍ରପତି କମଲା ହାରିସ୍ ଥିଲେ ଭାରତୀୟ ବଂଶୋଦ୍ଭବ । ଏହାର ଅର୍ଥ ମୁଁ ଜୋ ବାଇଡେନଙ୍କ ପାର୍ଟିରେ ସାମିଲେ ହେଲି କି? ରାଜନୀତିରେ ଯଦି ଆମର ଶତ୍ରୁ ଭଲ ଏବଂ ପ୍ରଶଂସାର ଯୋଗ୍ୟ । ତେବେ ଏହାକୁ ଧ୍ୟାନରେ ରଖିବାକୁ ହେବ, ଦରକାର ପଡିଲେ ପ୍ରଶଂସା ମଧ୍ୟ କରିବାକୁ ପଡିବ ।
ଯଦି ବିରୋଧୀ ନିଷ୍ପତ୍ତି ନେବାରେ ଭଲ, ତେବେ ଆମେ ମଧ୍ୟ ଶୀଘ୍ର ନିଷ୍ପତ୍ତି ନେବା ଆବଶ୍ୟକ । ଯଦି ତୁମେ ସମୟ ନଷ୍ଟ କର, ଏମିତି ସମୟ ଆସିବେ ଧୀରେ ଧୀରେ ଆମଠାରୁ ସବୁ ଦୂରେଇ ଯିବେ । ଅନେକ ଲୋକ ଅଛନ୍ତି ଯେଉଁମାନେ ଦଳକୁ ମଜବୁତ କରିବାକୁ ଚାହୁଁଛନ୍ତି । ମୋର ଏକମାତ୍ର କଥା ହେଉଛି ଏହିପରି ଯୁବକମାନେ ପାର୍ଟିରେ ସ୍ଥାନ ପାଇବା ଉଚିତ୍ |