ପ୍ରଶାନ୍ତ କିଶୋର ସେଲ୍ସମ୍ୟାନ ହୋଇ କଂଗ୍ରେସକୁ ବିକ୍ରି କରିବାକୁ ଚେଷ୍ଟା କରୁଛନ୍ତି: ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସ ଦଳରେ ମିଶିବା ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା । ହେଲେ ପ୍ରଶାନ୍ତ କିଶୋର ଗତକାଲି କଂଗ୍ରେସର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବାସ ଏହା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ଭାରତୀୟ ଜନତା ପାର୍ଟିର ନେତାମାନେ ଦେଶର ସର୍ବ ପୁରାତନ ଦଳ ସାଧାରଣ ନିର୍ବାଚନ ପୂର୍ବରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ନେଇ ପରିହାସ କରିଛନ୍ତି। ବିଜେପି ନେତାମାନେ ପି.କେଙ୍କୁ ‘ସେଲ୍ସମ୍ୟାନ ବୋଲି କହି ଦଳ ବିକ୍ରୟ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ କଂଗ୍ରେସ ପ୍ରଶାନ୍ତ କିଶୋରଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ କରିଥିବା ଉଦ୍ୟମରେ ଅସଫଳ ହେବାରୁ ବିଜେପି ମୁଖପାତ୍ର ଶାହଜାଦ ପୁନାୱାଲା ଏକ ଗଣମାଧ୍ୟମ ଚ୍ୟାନେଲ ସହ କଥାବାର୍ତ୍ତା କରି ଦଳକୁ ଉପହାସ କରିଥିବାର ଦେଖିବାକୁ ମିଳିଛି । ତେବେ ଯଦି ଉତ୍ପାଦଟି ହିଁ ତ୍ରୁଟିପୂର୍ଣ୍ଣ ହୋଇଥାଏ ତାହାଲେ ବିକ୍ରେତା ଯେତେ ଭଲ ହେଉ ନା କାହିଁକି କିମ୍ବା ନିଜକୁ ଭଲ ହେବାର ଦାବି କଲେ ମଧ୍ୟ ଉତ୍ପାଦର ସମାପ୍ତ ଅବଧି ଶେଷ ହେବା ପୂର୍ବରୁ ଆପଣ ଉତ୍ପାଦକୁ ବିକ୍ରୟ କରିପାରିବେ ନାହିଁ। ଏହା ସହ ଦଳର ଏଜେଣ୍ଡା ହେଉଛି ପରିବାରକୁ ବଞ୍ଚାଇବା ଏବଂ ପାର୍ଟିକୁ ବଞ୍ଚାଅ ।

ସେଥିପାଇଁ ଦଳ ମଧ୍ୟରେ ପରିବର୍ତ୍ତନଶୀଳ ତଥା ଗଠନମୂଳକ ସଂସ୍କାର ଉପରେ ପ୍ରଶାନ୍ତ କିଶୋରଙ୍କ ପରାମର୍ଶରେ କଂଗ୍ରେସ ବିରକ୍ତ ହୋଇଥିଲେ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ବିଜେପି ମୁଖପାତ୍ର ଗୁରୁ ପ୍ରକାଶ ପାସୱାନ୍ ଦାବି କରିଛନ୍ତି ଯେ ଗଣମାଧ୍ୟମ ପ୍ରଶାନ୍ତ କିଶୋରଙ୍କୁ “ସେଲିବ୍ରିଟି” କରିଛି । ସେ କହିଛନ୍ତି, “ନିର୍ବାଚନ ସମୟରେ ରାଜନୈତିକ ଦଳ ବିକ୍ରେତା ବ୍ୟବହାର କରନ୍ତି ଏବଂ ସେ ଜଣେ ବିକ୍ରେତା। ଆପଣ ତାଙ୍କ ଟ୍ରାକ୍ ରେକର୍ଡ ଦେଖିପାରିବେ। ସେ ପଞ୍ଜାବ, ଉତ୍ତରପ୍ରଦେଶ ତଥା ଅନ୍ୟାନ୍ୟ ସ୍ଥାନରେ ହାରିଯାଇଛନ୍ତି। ଏଠାରେ ସବୁଠାରୁ ବଡ ପ୍ରଶ୍ନ ହେଉଛି କଂଗ୍ରେସରେ ଦଳର ନେତୃତ୍ୱର ଅଭାବ ଅଛି କି? ପାର୍ଟୀରେ ବାହାର ଲୋକଙ୍କୁ ନିଯୁକ୍ତି ଦେବାକୁ ପଡିବ କି ବୋଲି ବିଜେପି ମୁଖପାତ୍ର ଗୁରୁପ୍ରକାଶ ପାସୱାନ ପ୍ରଶ୍ନ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts