
32 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଋଷ ସେନା ଲଗାତାର ଭାବେ ଆକ୍ରମଣ କରି ଚାଲିଥିବା ବେଳେ, ୟୁକ୍ରେନ ସେନା କଡ଼ା ମୁକାବିଲା କରୁଛନ୍ତି । ଏହାମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ବୟାନ ସାମ୍ନାକୁ ଆସିଛି । ବିନା ଟ୍ୟାଙ୍କ, ତୋପ ବିନା ମାରିୟୁପୋଲକୁ ରକ୍ଷା କରିବା ଅସମ୍ଭବ ବୋଲି ସେ କହିଛନ୍ତି । କେବଳ ଗନ୍ ଓ ମେସିନଗନରେ ଋଷର ମିସାଇଲକୁ ସାମ୍ନା କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରେଜେଜ୍ ଡୁଡାଙ୍କ ସହ ଏକ ଭିଡିଓ କନଫରେନ୍ସିଂରେ ଜେଲେନସ୍କି କହିଛନ୍ତି ଯେ, ସେ ନିରାଶ ଅଛନ୍ତି । ପୋଲାଣ୍ଡ ତାଙ୍କୁ ମିଗ୍ ୨୯ ଜେଟ୍ ଦେଉ ନାହିଁ ।ତାଙ୍କ କଥା କେହି ଶୁଣୁ ନାହାଁନ୍ତି । ଶାନ୍ତି ଉପରେ ସମସ୍ତେ ଆଲୋଚନା କରିବା ଦରକାର । ୟୁକ୍ରେନର ଅଖଣ୍ଡତାକୁ ସମ୍ମାନ ଦେବା ସମସ୍ତଙ୍କ ଦାୟିତ୍ୱ । ନଚେତ ଋଷର ମଧ୍ୟ ଭୟଙ୍କର କ୍ଷତି ହେବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଆମେରିକାର ଧମକ ସତ୍ତ୍ୱେ ଋଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ଦୁଇ ସପ୍ତାହ ହେଲା ଋଷ ୟୁକ୍ରେନର ବିଭିନ୍ନ ଥିଏଟର ଉପରେ ବୋମାମାଡ କରୁଛି । ଯେଉଁଥିରେ ହଜାର ହଜାର ସାଧାରଣ ନାଗରିକ ପ୍ରାଣ ହରାଉଛନ୍ତି । ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଥିଲେ ଯେ, ଜେଲେନସ୍କିଙ୍କୁ ଗଣତାନ୍ତ୍ରିକ ଉପାୟରେ ରାଷ୍ଟ୍ରପତି ନିର୍ବାଚିତ କରାଯାଇଛି । ୟୁକ୍ରେନ ଉପରେ ଆକ୍ରମଣ କରିବା ନେଇ ଋଷ ପାଖରେ କୌଣସି କାରଣ ନାହିଁ । ଏହାସହ ସେ ୟୁକ୍ରେନ ପାଇଁ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଛନ୍ତି । ଏପରିକି ଋଷ ବିରୋଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ତା ସ୍ୱତେ ଋଷ ଲଗାତାର ଭାବେ ଆକ୍ରମଣ କରି ଚାଲିଛି ।