ପିଲ୍ମ ‘ଦି କାଶ୍ମୀର ଫାଇଲ୍‌’କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ: ଏହି ଫିଲ୍ମ୍ କୁ ସମସ୍ତେ ଦେଖିବା ଦରକାର

ବିବେକ ଅଗ୍ନିହୋତ୍ରୀଙ୍କ ପିଲ୍ମ ‘ଦି କାଶ୍ମୀର ଫାଇଲ୍‌’କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ଫିଲ୍ମ୍ ତିଆରିହେବା ଦୀନଠୁ ରିଲିଜ ହେବା ଯାଏଁ ଚର୍ଚ୍ଚାର ପରିସରରେ ରହି ଆସିଛି । ଫିଲ୍ମ୍ କୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ତେବେ ଏହାରି ମଧ୍ୟରେ ଜୋରଦାର ରାଜନୀତି ଚାଲିଛି। ବିଭିନ୍ନ ନେତା ଓ ବିଜେପିର ସମର୍ଥନ ପୁଣି ବିବାଦ ଯୋଗୁ ବକ୍ସ ଅଫିସ୍‌ରେ ଜୋର୍‌ଦାର ଆୟ କରୁଛି ଫିଲ୍ମ। ଏବେ ଏହି ଫିଲ୍ମକୁ ନେଇ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଲୋକମାନେ ‘ଦି କାଶ୍ମୀର ଫାଇଲ୍’ ଫିଲ୍ମ ଦେଖିବା ଦରକାର। ଫଳରେ ସେଠାରେ କିଭଳି ଅଚ୍ୟାଚାର ହୋଇଛି, କିଭଳି କଂଗ୍ରେସ ସମୟରେ କାଶ୍ମୀର ଆତଙ୍କବାଦୀଙ୍କ କବଳରେ ଥିଲା ଏସବୁ ବିଷୟରେ ଜାଣି ହେବ। ଅହମଦାବାଦ ମ୍ୟୁନିସିପାଲ କୋରପୋରେସନ ଦ୍ୱାରା ଆୟୋଜିତ ଏକ କର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।

ଶାହ କହିଛନ୍ତି “ଯେଉଁମାନେ ଫିଲ୍ମ ଦେଖି ନାହାନ୍ତି, ତେବେ ନିହାତି ଦେଖନ୍ତୁ। ଫଳରେ କଂଗ୍ରେସ ସମୟରେ କାଶ୍ମୀରରେ କେମିତି ଆତଙ୍କବାଦୀଙ୍କ ପ୍ରଭାବ ରହିଥିଲା ଆପଣ ଜାଣିପାରିବେ।” ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହିତ ଧାରା ୩୭୦ ହଟାଇ ଦେଶବାସୀଙ୍କୁ ଦୃଢ଼ ନେତୃତ୍ୱର ଭରସା ଦେଲେ ବୋଲି ଶାହ କହିଥିଲେ। ପୁର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ ଫିଲ୍ମକୁ ଭୂରି ଭୂରି ପ୍ରଶଂସା କରିଥଲେ । ସମସ୍ତଙ୍କୁ ଫିଲ୍ମ୍ ଦେଖିବା ପାଇଁ କହିଥିଲେ।

Related Posts