ରାଜଧୀନରେ ହତ୍ୟାକାଣ୍ଡ: ଆଇଜି ପାର୍କ ପୋଷ୍ଟ ଅଫିସ୍ ସମ୍ମୁଖରେ ଶୋଇଥିବା ଗୋଟିଏ ପରିବାର ଉପରେ ଆକ୍ରମଣ, ଜଣେ ମୃତ, ୨ ଗୁରୁତର

ଭୁବନେଶ୍ୱର: ରାଜଧୀନ ଭୁବନେଶ୍ୱରରେ ବିବତ୍ସ ହତ୍ୟାକାଣ୍ଡ | ଜଣେ ଦିନ ମଜୁରିଆ କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ | ଲୋୟର ପିଏମଜି ଆଇଜି ପାର୍କ ନିକଟ ପୋଷ୍ଟ ଅଫିସ୍ ସମ୍ମୁଖରେ ଘଟିଛି ଏହି ହତ୍ୟାକାଣ୍ଡ | ଶୋଇଥିବା ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ, ସ୍ତ୍ରୀ ଓ ଛୋଟ ପିଲା ଶୋଇଥିବା ବେଳେ ଆକ୍ରମଣ କରାଯାଇଛି ।
ଆକ୍ରମଣରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଛୋଟ ପିଲା ଗୁରୁତର ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଉଭୟଙ୍କ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ମୃତକ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି । ସେ ରାଜଧାନୀରେ ଦିନ ମଜୁରିଆ ଭାବେ କାମ କରୁଥିଲେ ।

ସେପଟେ ଏନେଇ ସୂଚନା ପାଇବା ପରେ ଖାରବେଳ ନଗର ପୋଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ଘଟଣାସ୍ଥଳରେ ତାଙ୍କ ସ୍ତ୍ରୀ ଏବଂ ତାଙ୍କର ପିଲା ମଧ୍ୟ ଗୁରୁତର ଆହତ ହୋଇଥିଲେ ଏବଂ ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପ୍ରାଥମିକ ଅନୁସନ୍ଧାନରୁ ପୋଲିସ ସନ୍ଦେହ କରିଛି ଯେ ରବିବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଏହି ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ହତ୍ୟା ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଶେଷ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନାବାଳକ ଶିଶୁକୁ ଶିଶୁ ଲାଇନକୁ ହସ୍ତାନ୍ତର କରାଯାଇଛି। ପରିବାରର କୌଣସି ଘର ନାହିଁ ଏବଂ ସେମାନେ ଫୁଟପାଥରେ ରହୁଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି। କିଏ ଓ କାହିଁକି ହତ୍ୟା କଲା ତାହା ଜଣାପଡ଼ିନାହିଁ ।

Related Posts