ଉତ୍ତରପ୍ରଦେଶ ଓ ପଞ୍ଜାବ ସମେତ ୫ଟି ରାଜ୍ୟରେ ସରିଲା ବିଧାନସଭା ନିର୍ବାଚନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ଓ ପଞ୍ଜାବ ସମେତ ୫ଟି ରାଜ୍ୟରେ ସରିଲା ବିଧାନସଭା ନିର୍ବାଚନ । ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳମାନେ ଜୋରଦାର ପଚାର ପ୍ରସାର କରିବାରେ ଲାଗିଥିଲେ । ଏପରିକି ପରସ୍ପରକୁ ନେଇ ବଡ଼ ବୟାନ ଦେବାରେ ମଧ୍ୟ ପଛାଉନଥିଲେ । ଏଥର ବିଧାନସଭା ନିର୍ବାଚନରେ ମନ୍ତ୍ରୀ ଓ ନେତାମାନଙ୍କର ଦଳବଦଳ ପରମ୍ପରା ଚାଲିଥିଲା । ନିର୍ବାଚନ ଯେତିକି ପାଖେଇ ଆସୁଥିଲା ନେତାମାନେ ନିଜ ଦଳ ଛାଡ଼ି ଅନ୍ୟ ଦଳରେ ଯାଇ ମିଶିବାରେ ଲାଗିଥିଲେ । ଏହା ମଧ୍ୟରେ ଉତ୍ତରପ୍ରଦେଶରେ ଆଜି ସପ୍ତମ ତଥା ଅନ୍ତିମ ପର୍ୟ୍ୟାୟ ମତଦାନ । ଫେବ୍ରୁୟାରୀ ୧୦ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ ପଡିଥିବା ବେଳେ ଆଜି ଶେଷ ପର୍ୟ୍ୟାୟ ମତଦାନ ହୋଇଛି । ରାଜ୍ୟର ୪୦୩ବିଧାନସଭା ଆସନ ପାଇଁ ୭ଟି ପର୍ୟ୍ୟାୟରେ ପଡିଛି ଭୋଟ ।

ତେବେ ୧୦ତାରିଖରେ ଫଳାଫଳ ଆସିବ । କିନ୍ତୁ ଆଜି ସପ୍ତମ ତଥା ଅନ୍ତିମ ପର୍ୟ୍ୟାୟ ମତଦାନ ପରେ ଆସିଯିବ ଏକ୍ଜିଟ ପୋଲ ଅର୍ଥାତ ବୁଥ ବାହୁଡା ମତ । ଏହାସହ ପଂଜାବ, ମଣିପୁର, ଉତରାଖଣ୍ଡ ଓ ଗୋଆର ମଧ୍ୟ ନିର୍ବାଚନ ସରିଛି । ଆଉ କିଛି ସମୟ ମଧ୍ୟରେ ଆସିବ ଏକ୍ଜିଟ୍ ପୋଲ ସର୍ଭେ ରିପୋର୍ଟ । ଏଥିରୁ ସଙ୍କେତ ମିଳିପାରେ କିଏ ଗଢିବ ସରକାର । ଉତରପ୍ରଦେଶର ୪୦୩ବିଧାନସଭା ଆସନ ପାଇଁ ଭୋଟ୍ ପଡିଥିବା ବେଳେ ପଂଜାବର ୧୧୭ ଆସନ ପାଇଁ ହୋଇଛି ମତଦାନ । ସେହିପରି ଗୋଆର ୪୦ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡିଥିବା ବେଳେ ଉତରାଖଣ୍ଡର ୭୦ଟି ବିଧାନସଭା ଆସନ ଓ ମଣିପୁରର ୬୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଛି ।

Related Posts