ଗାଁ ମାଟିରେ ସହିଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ସତ୍ୟପାଠ ବ୍ୟୁରୋ : ଜନ୍ମମାଟିରେ ସହୀଦ ଓଡିଆ ଯବାନ ଅଜିତ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ବଡ ଭାଇ ତାଙ୍କୁ ମୁଖାଗ୍ନୀ ଦେଇଛନ୍ତି । ଏହାସହ ପଂଚଭୂତରେ ବିଲୀନ ହୋଇଛି ଅଜିତଙ୍କ ପାର୍ଥିବ ଶରୀର ।

ସହିଦଙ୍କ ମରଶରୀର ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପହଂଚିବା ପରେ ୧୨୦ ବାଟାଲିୟନକୁ ନିଆଯାଇ ସେଠାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ରାଜ୍ୟପାଳ ଗଣେଷୀ ଲାଲ ଏହି ସମୟରେ ଉପସ୍ଥିତ ଥିଲେ । ପରେ ସହିଦଙ୍କ ପାର୍ଥିବ ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ଗାଁକୁ ନିଆଯାଇଥିଲା ।

Related Posts