୨୪ ଘଣ୍ଟା ଭିତରେ ଓଡିଶା ଛୁଇଁବ ମୌସୁମୀ

ସତ୍ୟପାଠ ବ୍ୟୁରୋ : ଆଗାମୀ ୨୪ ଘଣ୍ଟା ଭିତରେ ଓଡିଶା ଛୁଇଁପାରେ ମୌସୁମୀ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯଦି ପାଗ ଅନୁକୂଳ ରୁହେ ତେବେ ଆସନ୍ତାକାଲି ଏହା ଓଡିଶା ଛୁଇଁବା ସମ୍ଭାବନା ଥିବା କୁହାଯାଇଛି ।

ତେବେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ତାତି ସାମାନ୍ୟ କମିଥିବା ବେଳେ ସକାଳେ ଝିପଝିପ ବର୍ଷା ହୋଇ ପାଗ ମେଘୁଆ ରହିଥିଲା । ଆସନ୍ତା ୪ରୁ ୫ଦିନ ଏଭଳି ପାଗ ରହିପାରେ ବୋଲି ଅନୁମାନ କରାଯାଉଛି । ୧୪ଟି ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି ଏବଂ ଯାଜପୁର । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

Related Posts