ନିର୍ବାଚନ ପୂର୍ବରୁ ଆସିଥିଲେ, ନିର୍ବାଚନ ପରେ ଚାଲିଗଲେ

ସତ୍ୟପାଠ ବ୍ୟୁରୋ : ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିବା ଭିମସାରର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ଦଳ ଛାଡିଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ନିଜ ଇସ୍ତଫା ପତ୍ର ପଠାଇବା ସହ ଏହାକୁ ଗ୍ରହଣ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ଅଶ୍ୱିନୀ ।

୨୦୧୯ ନିର୍ବାଚନ ସମୟରେ ହାତ ଧରିଥିଲେ ପୂଜାହାରୀ । ଦଳ ତରଫରୁ ତାଙ୍କୁ ସମ୍ବଲପୁର ବିଧାନସଭା ମଣ୍ଡଳୀ ପାଇଁ ପ୍ରାର୍ଥୀ ବି କରାଯାଇଥିଲା । ହେଲେ ମାତ୍ର ୧୧ହଜାର ଭୋଟ ପାଇବାରେ ସମର୍ଥ ହୋଇଥିଲେ ଅଶ୍ୱିନୀ । ଯେଉଁଥିପାଇଁ ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକରେ କର୍ମୀମାନେ ଭୀଷଣ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ତାଙ୍କୁ ଅପମାନିତ କରାଯାଇଥିବା ଓ ତାଙ୍କ ସମର୍ଥକଙ୍କୁ ମାଡ ମରାଯାଇଥିବା ଅଭିଯୋଗ କରି ଇସ୍ତଫା ଦେଉଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି ପୂଜାହାରୀ ।

ଅଶ୍ୱିନୀ କହିଛନ୍ତି “ଯେଉଁ ଦଳରେ ସ୍ୱାଭିମାନ ନାହିଁ, ସେଠାରେ ରହିବାର କିଛି ବି ଅଭିପ୍ରାୟ ନାହିଁ । ଆଗାମୀ ଦିନରେ ଅନ୍ୟ କେଉଁ ଦଳକୁ ଯିବେ ତାହା ଭବିଷ୍ୟତ ରେ ସ୍ଥିର କରିବି ।”

Related Posts