ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ଡାକ୍ତର ଓ ନର୍ସ

ସତ୍ୟପାଠ ବ୍ୟୁରୋ : ହଟିଲା ଧାରଣା, କାର୍ଯ୍ୟରେ ଯୋଗଦେଲେ ଡାକ୍ତର ଓ ନର୍ସ । ବାରିପଦା ଥାନା ଅଧିକାରୀ ଅଶୋକ ନାୟକଙ୍କ ହସ୍ତକ୍ଷେପ ପରେ ଧାରଣା ହଟିଛି । ଫଳରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ରୋଗୀସେବା ସ୍ୱାଭାବିକ ହୋଇଛି ।

ଚିକିତ୍ସା ଅବହେଳାରୁ ଜଣେ ରୋଗୀର ମୃତ୍ୟୁ ହେବା ଅଭିଯୋଗ କରି ନର୍ସଙ୍କୁ ଠେଲା ପେଲା କରିଥିଲେ ମୃତକଙ୍କ ସମ୍ପର୍କୀୟ । ଆଉ ଏହାପରେ ଉପୁଜିଥିଲା ବିବାଦ । ଧାରଣାରେ ବସି ପ୍ରତିବାଦ କରିଥିଲେ ଡାକ୍ତର ଓ ନର୍ସ । ସ୍ଥିତି ଏମିତି ହେଲା ଯେ, ନା କେହି ରୋଗୀ ଦେଖିଲେ ନା ରୋଗୀଙ୍କ କଥା ବୁଝିଲେ । ସବୁ କାମ ଛାଡି ଆନ୍ଦୋଳନକୁ ଓହ୍ଲାଇଥିଲେ ଡାକ୍ତର ଓ ନର୍ସ । ଏହି ଆନ୍ଦୋଳନରେ ସବୁ ବିଭାଗର ଡାକ୍ତର ବି ସାମିଲ ହୋଇଥିଲେ । ଖବର ପାଇ ବାରିପଦା ଥାନା ଆଇଆଇସି ମାଡ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପ୍ରତିଶ୍ରୁତି ଦେବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।

Related Posts