ଆମେରିକା ଦୂତାବାସ ଉପରେ ଆକ୍ରମଣ: ରକ୍ତମୁଖା ଇରାନ !

(ସତ୍ୟପାଠ ବ୍ୟୁରୋ) ପ୍ରତିଶୋଧ ନିଆଁରେ ଜଳୁଛି ଇରାନ୍ । ଆମେରିକା ଦ୍ବାରା ଇରାନର ପ୍ରମୂଖ ସେନା କମାଣ୍ଡର କ୍ବାସିମ୍ ସୁଲେମାନଙ୍କ ହତ୍ୟା ପରେ ଇରାନର ସାଧାରଣ ଜନତାଙ୍କଠାରୁ ଆରମ୍ଭକରି ସେନା ଓ ସରକାର ଯାଏ ସମସ୍ତେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି । ଆମେରିକାର ଔଧତ୍ବ ବିରୋଧରେ କଡ୍ଡା ଜବାବ୍ ଦେବା ପାଇଁ ସମସ୍ତେ ତୟାର । ପ୍ରଥମ ପଦକ୍ଷେପ ସ୍ବରୂପ ଗତକାଲି ସନ୍ଧ୍ୟାରେ ଇରାନ ବାଗଦାଦସ୍ଥିତ ଗ୍ରୀନ ଜୋନରେ ଥିବା ଆମେରିକା ଦୂତାବାସ ଉପରେ ତିନୋଟି ରକେଟ୍ ମାଡ କରିଛି । ଏହାର ପ୍ରଭାବରେ ୮ ଜଣ ଆହତ ହୋଇଥିବା ବେଳେ ଅନେକ ସମ୍ପତ୍ତି ନଷ୍ଟ ହୋଇଛି । ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାର ପ୍ରଭାବରେ ସମଗ୍ର ବିଶ୍ବ ଆତଙ୍କିତ ଥିବାର ମନେହେଉଛି ।

ପରମାଣୁ ଆକ୍ରମଣ ପାଇଁ ଇରାନର ପ୍ରସ୍ତୁତି !

ନିଜର ନେତା କାସିମ ସୁଲେମାନୀଙ୍କ ହତ୍ୟା ଯୋଗୁଁ ଉତ୍ତେଜିତ ଥିବା ଇରାନ ୬ଟି ବଡ଼ ରାଷ୍ଟ୍ର ସହିତ ୨୦୧୫ରେ କରିଥିବା ପରମାଣୁ ବୁଝାମଣାଠାରୁ ଏବେ ପାଦେ ପଛକୁ ଫେରିଛି । ଇରାନ କହିଛି ସେ ଏବେ ଉରେନିୟମ ସମ୍ବର୍ଦ୍ଧନ ବିନା କୌଣସି ପ୍ରତିବନ୍ଧକରେ କରିବେ । କିନ୍ତୁ ସଂଯୁକ୍ତ ରାଷ୍ଟ୍ରର ପରମାଣୁ ଉପରେ ନଜର ରଖୁଥିବା ସଂସ୍ଥା ସହିତ ସହଯୋଗ ଜାରି ରଖିବ । ଏହା ମଧ୍ୟରେ ରାଜଧାନୀ ବାଗଦାଦର ଗ୍ରୀନ ଜୋନ ଅଞ୍ଚଳରେ ସୋମବାର ବିଳମ୍ବିତ ରାତି ପୁଣି ଥରେ ରକେଟ ଓ ମୋର୍ଟାର ଆକ୍ରମଣ ହୋଇଛି ଇରାନ । କୁହାଯାଉଛି ଯେ, ଏହି ରକେଟ ଆମେରିକା ଦୂତାବାସ ନିକଟରେ ଖସିଛି । ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇନାହିଁ ।  ଇରାନର ସରକାରୀ ଟିଭି ଚ୍ୟାନେଲ କହିଛି ଯେ, ତାଙ୍କ ଦେଶ ଏବେ ପରମାଣୁ କାର୍ଯ୍ୟକ୍ରମ ଉପରେ ଲଗାଯାଇଥିବା କୌଣସି ସୀମାକୁ ମାନିବ ନାହିଁ । ଇରାନ ୟୁରେନିୟମ ସମ୍ବର୍ଦ୍ଧନ ସ୍ତର ଅଥବା ପରମାଣୁ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ ଉପରେ ଏବେ କୌଣସି ନିୟନ୍ତ୍ରଣ ସ୍ୱୀକାର କରିବ ନାହିଁ । ସୂଚନାଯୋଗ୍ୟ ଯେ, ୟୁରେନିୟମରୁ ବିଦ୍ୟୁତ ସହିତ ପରମାଣୁ ବୋମା ମଧ୍ୟ ପ୍ରସ୍ତୁତ କରାଯାଇଥାଏ । କୁହାଯାଉଛି ଯେ, ଏହି ଘୋଷଣା ସହିତ ଇରାନ ଏହା ସଂକେତ ଦେଇଛି ଯେ, ସେ ପରମାଣୁ କାର୍ଯ୍ୟକ୍ରମ ଆଗକୁ ବଢ଼ାଇବ ।

ଇରାକ୍‌କୁ ଟ୍ରମ୍ପଙ୍କ ଧମକ

ସେପଟେ ଇରାନ ଜେନେରାଲ କାସିମ ସୁଲେମାନୀଙ୍କୁ ହତ୍ୟା ପରେ ବିଦେଶୀ ସେନାକୁ ଫେରାଇ ନେବା ଇରାକ ସଂସଦର ନିଷ୍ପତ୍ତି ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିରକ୍ତି ପ୍ରକାଶ କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାକ ଆମେରିକୀୟ ସେନାକୁ ଫେରାଇନେବାକୁ ବାଧ୍ୟ କରେ, ତା’ହେଲେ ତା’ ବିରୋଧରେ କଠୋର ପ୍ରତିବନ୍ଧକ ଲଗାଇବୁ । ଯାହାକି ଏପର୍ଯ୍ୟନ୍ତ ସେ କେବେ ସମ୍ମୁଖୀନ ହୋଇ ନଥିବ । ଟ୍ରମ୍ପ ଇରାନକୁ ମଧ୍ୟ ଚେତାବନୀ ଦେଇଛନ୍ତି ଏବଂ କହିଛନ୍ତି ଯେ, ଯଦି ଇସଲାମିକ ଦେଶ ଆକ୍ରମଣ କରେ, ଏହାର ଜବାବ ଦିଆଯିବ ।

ଏହାଛଡ଼ା ଟ୍ରମ୍ପ କହିଛନ୍ତି, ଆମର ଇରାକରେ ଏକ ଅସାଧାରଣ ଓ ବଡ଼ ଏୟାରବେସ ଅଛି । ଏହାକୁ ନିର୍ମାଣ କରିବାରେ କୋଟି କୋଟି ଡଲାର ଖର୍ଚ୍ଚ ହୋଇଛି । ଯେତେଦିନ ଯାଏଁ ଏୟାରବେସ ବଦଳରେ ଆମକୁ ରାଶି ନ ମିଳିଛି, ସେତେଦିନ ପର୍ଯ୍ୟନ୍ତ ଆମେ ଏହାକୁ ଛାଡ଼ିବୁ ନାହିଁ । ସୂଚନାଯୋଗ୍ୟ, ଟ୍ରମ୍ପଙ୍କ ସଂକେତ ବଲାଦ ସେନା ଠିକଣା ପାଇଁ ଥିଲା । ଏହା ଉତ୍ତର ଇରାକ ଠାରୁ ୫୦ ମାଇଲ ଦୂରରେ ଅବସ୍ଥିତ ।

ଏହା ପୂର୍ବରୁ ଇରାକ ସଂସଦ ବିଦେଶୀ ସେନାକୁ ଫେରାଇ ନେବା ପାଇଁ ବିଲ ପକ୍ଷରେ ଭୋଟ ହୋଇଥିଲା । ଇରାକ ସଂସଦ କହିଥିଲା ଯେ, ଆମେରିକା ନେତୃତ୍ୱରେ ଅନ୍ତର୍ଜାତୀୟ ମେଣ୍ଟ ଠାରୁ ଅଲଗା ହେବ । ବାଗଦାଦରେ ଆମେରିକୀୟ ଦୂତାବାସ ନିକଟରେ ଦ୍ୱିତୀୟ ଦିନ ରକେଟ ଆକ୍ରମଣ ପରେ ଟ୍ରମ୍ପ ଇରାନକୁ ପୁଣି ଥରେ ଧମକ ଦେଇଛନ୍ତି । ସେ କହିଛନ୍ତି, ଆମେରିକୀୟ ଲୋକେ ଅଥବା ଠିକଣାରେ କୌଣସି ଇରାନ ଆକ୍ରମଣକୁ ଜବାବ ଦିଆଯିବ ।

Related Posts