ଫେବ୍ରୁଆରି ୮ରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଫେବ୍ରୁଆରି ୮ରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ । ୧୧ରେ ହେବ ଭୋଟ୍ ଗଣତି । ଜାନୁଆରି ୧୪ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଜାନୁଆରି ୨୧ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ, ୨୨ ତାରିଖରେ ହେବ ପ୍ରାର୍ଥିପତ୍ର ଯାଞ୍ଚ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜାନୁଆରି ୨୪ । ଦିଲ୍ଲୀରେ ମୋଟ ୭୦ଟି ଆସନରେ ଭୋଟ ଦେବେ ୧ କୋଟି ୪୭ ଲକ୍ଷ ଭୋଟର । ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହେବେ ୯୦ ହଜାର କର୍ମଚାରୀ । ନିର୍ବାଚନ ପାଇଁ ଦିଲ୍ଲୀର ୨୬୮୯ଟି ସ୍ଥାନରେ ପ୍ରତିଷ୍ଠା ହେବ ୧୩ ହଜାର ୭୫୦ ବୁଥ୍‌ ।

Related Posts