
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସ୍କୁଲ ଭିତରକୁ ସାମ୍ବାଦିକଙ୍କ ପ୍ରବେଶକୁ ରାଜ୍ୟ ସରକାର ମନା କରିବା ପରେ ସାରା ରାଜ୍ୟର ରାଜନୀତିକ ମାହୋଲ ବେଶ୍ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ସାମ୍ବାଦିକଙ୍କ ପ୍ରବେଶ ନେଇ ବଡ ବୟାନ ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ବାରଣ କରାଯାଇଥିବା ନେଇ ସେମିତି କିଛି ନିଷ୍ପତ୍ତି ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଇ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ସେ କହିଛନ୍ତି ସାମ୍ବାଦିକଙ୍କ ପ୍ରତି ସବୁବେଳେ ସମ୍ମାନ ରହିଛି । ସ୍କୁଲର ଭଲ ମନ୍ଦ, ଦୋଷ ଦୁର୍ବଳତା ଖବର ସାମ୍ବାଦିକଙ୍କ ଦ୍ବାରା ଅବଗତ ହୋଇ ସମାଧାନର ବ୍ୟବସ୍ଥା କରିଥାଉ। ଢେଙ୍କାନାଳ ଡିଇଓ ସ୍ଥାନୀୟ ସମସ୍ୟାକୁ ନେଇ ଏଭଳି ନିଷ୍ପତ୍ତି ନେଇଥିବା ନଜରକୁ ଆସିଛି। ଏ ଉପରେ ସବିଶେଷ ଆଲୋଚନା କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।