ପ୍ରକାଶ ପାଇଲା ଜେଇ ମେନ୍ ପରୀକ୍ଷା ଫଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନେସନାଲ ଟେଷ୍ଟିଂ ଏଜେନ୍ସି ଦ୍ଵାରା ହୋଇଥିବା ଜେଇ ମେନ୍ ବା ଯୁଗ୍ମ ପ୍ରବେଶିକା ପରୀକ୍ଷା ର ସେଶନ ୧ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ତେବେ ଛାତ୍ର ଛାତ୍ରୀ ମାନେ jeemain.nta.nic.in ୱେବ୍ ସାଇଟ୍ ରୁ ନିଜର ପରୀକ୍ଷା ଫଳ ପାଇ ପାରିବେ। ସୂଚନା ଅନୁସାରେ ଯୁଗ୍ମ ପ୍ରବେଶିକା ପରୀକ୍ଷା ଜୁନ୍ ମାସ ୨୩ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ତେବେ ବିଶେଷଜ୍ଞ ମାନଙ୍କ ମତ ରେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଗୁଡିକରେ ଆଡ଼ମିଶନ ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଖୁବଶିଘ୍ର ଜେଇ ମେନ୍ ଢାଞ୍ଚା ରେ ହେବାକୁ ଯାଉଛି। ସୂଚନା ଅନୁସାରେ ବର୍ତ୍ତମାନ ଦେଶ ରେ ୪୫ ଟି କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ରହିଛି।

Related Posts