ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛାରେ ପ୍ରତିଉତ୍ତର ଦେଲେ ଶାହାବାଜ, ଉଠାଇଲେ କାଶ୍ମୀର କଥା

ନୂଆଦିଲ୍ଲୀ : ପାକିସ୍ତାନକୁ ମିଳିଛି ତାର ନୂଆ ପ୍ରଧାନମନ୍ତ୍ରୀ । ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଭାବେ ଶାହାବାଜ ଶରିଫ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛାରେ ମଧ୍ୟ ପ୍ରତିଉତ୍ତର ଦେଇ ଶାହାବାଜ କାଶ୍ମୀର କଥା କହିଛନ୍ତି। ଶରିଫ ପ୍ରତିଉତ୍ତରରେ ମୋଦୀଙ୍କୁ ଧନ୍ୟବାଦ ଦେଇ ପୁଣି କହିଛନ୍ତି ଯେଉଁ ବିବାଦ ରହିଛି ତାର ଶାନ୍ତିପୂର୍ଣ୍ଣ ସମାଧାନ ହେବା ଆବଶ୍ୟକ। ଜାମ୍ମୁ-କାଶ୍ମୀର ବିବାଦକୁ ବାଦ ଦିଆ ଯାଇପାରିବ ନାହିଁ।

ସୂଚନା ଥାଉକି, ଶାହାବାଜ କ୍ଷମତାକୁ ଆସିବା ପୂର୍ବରୁ ରଙ୍ଗ ଦେଖାଇବା ଆରମ୍ଭ କରିଥିଲେ। ଏବେ ସେ କ୍ଷମତାକୁ ଆସିବାପରେ ମୋଦୀଙ୍କୁ ଉପଦେଶ ଦେଇ କହିଛନ୍ତି କାଶ୍ମୀର ବିବାଦର ସମାଧାନ କାଶ୍ମୀରରେ ରହୁଥିବା ଲୋକମାନଙ୍କ ଦ୍ୱାରା ହେବା ଆବଶ୍ୟକ। ପାକିସ୍ତାନର ପୂର୍ବବର୍ତ୍ତି ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ସେ କହିଛନ୍ତି ଯେତେବେଳେ କାଶ୍ମୀରରୁ ୩୭୦ ଧାରା ହଟାଇ ଦିଆଗଲା ସେତେବେଳେ ମଧ୍ୟ ସେମାନେ କିଛି କରିପାରିଲେ ନାହିଁ।

କୁହାଯାଉଛିଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାହାବାଜଙ୍କୁ ମଧ୍ୟ ଶୁଭେଚ୍ଛା ପତ୍ର ପଠାଇ ପାରନ୍ତି । ଏଥିରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବା ପାଇଁ ମଧ୍ୟ ଜୋର ଦିଆ ଯାଇପାରେ। କିନ୍ତୁ ଏବେ ଦୁଇ ନେତାଙ୍କ ଭିତରେ ଫୋନ୍‌ରେ ହୋଇଥିବା ବାର୍ତ୍ତାଳାପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

Related Posts