ବିଜେପି କର୍ମୀ ସନ୍ତୋଷ ପାଟିଲଙ୍କ ମୃତ୍ୟୁକୁ ନେଇ ବିବାଦରେ କର୍ଣ୍ଣାଟକର ପଞ୍ଚାୟତରାଜ ମନ୍ତ୍ରୀ

ବେଙ୍ଗାଲୁରୁ: ବିବାଦରେ କର୍ଣ୍ଣଟାକର ପଞ୍ଚାୟତରାଜ ମନ୍ତ୍ରୀ। ଏକ ପ୍ରୋଜେକ୍ଟ ପାଇଁ ୪୦ ପ୍ରତିଶତ ଲାଞ୍ଚ ମାଗିଥିବା ଅଭିଯୋଗ ଆଣିଥିବା ଜଣେ ବିଜେପି କର୍ମୀଙ୍କ ଆତ୍ମହତ୍ୟା ପରେ ବିରୋଧୀଙ୍କ ଟାର୍ଗେଟକୁ ଆସିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ।ସନ୍ତୋଷ ପାଟିଲ ରାଜ୍ୟର ବରିଷ୍ଠ ମନ୍ତ୍ରୀ କେଏସ, ଇଶ୍ୱରପ୍ପାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏକ ପ୍ରୋଜେକ୍ଟ ପାଇଁ ୪୦ ପ୍ରତିଶତ ଲାଞ୍ଚ ମାଗିଥିବା ସେ ଅଭିଯୋଗ କରିଥିଲେ । ଏହାସହ ସନ୍ତୋଷ ନିଜ ସାଙ୍ଗ ଏବଂ କିଛି ସାମ୍ୱାଦିକଙ୍କୁ ଏକ ମେସେଜ ପଠାଇ ନିଜ ମୃତ୍ୟୁ ପାଇଁ ମନ୍ତ୍ରୀ ଇଶ୍ୱରପ୍ପାଙ୍କୁ ଦାୟୀ କରିବା ସହ କଠୋର ଦଣ୍ଡ ଦେବାକୁ କହିଥିଲେ। ପୋଲିସ ସେହି ମେସେଜକୁ ନେଇ ତଦନ୍ତ କରୁଥିବା ବେଳେ ସୋମବାର ସନ୍ତୋଷ ନିଖୋଜ ହୋଇଥିଲେ ।

ସୂଚନାଯୋଗ୍ୟ, ବିଜେପି କର୍ମୀ ତଥା ଠିକାଦାର ସନ୍ତୋଷ ପାଟିଲଙ୍କ ମୃତ ଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ସନ୍ତୋଷଙ୍କ ଘର ବେଲାଗାଭୀରେ ହୋଇଥିବା ବେଳେ ଉଡୁପୀର ଏକ ବସ ଷ୍ଟାଣ୍ଡ ନିକଟତରୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି। ପ୍ରାଥମିକ ତଦନ୍ତରେ, ସନ୍ତୋଷ ଆତ୍ମହତ୍ୟା କରିଥିବା ଜଣାପଡିଛି । ସନ୍ତୋଷ ମନ୍ତ୍ରୀ ଇଶ୍ୱରପ୍ପାଙ୍କ ସହ ଗ୍ରାମ୍ୟ ବିକାଶ ଏବଂ ପଞ୍ଚାୟତରାଜ ବିଭାଗ ଅଧିକାରୀଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣିଥିଲେ। ସନ୍ତୋଷ ଆତ୍ମହତ୍ୟ କରିବାକୁ ଯାଉଥିବା ସାଙ୍ଗମାନଙ୍କ ଠାରୁ ଜାଣିବା ପରେ ଭେଲଗାଭୀ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା। ତେବେ ଆଜି ତାଙ୍କ ମୃତ୍ୟ ଦେହ ଉଦ୍ଧାର ହୋଇଛି।

ସନ୍ତୋଷ ନିଜ ପତ୍ନୀ ଏବଂ ପୁଅକୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ.ୟେଦିୟୁରପ୍ପାଙ୍କୁ ଅନୁରୋଧ କରିଛନ୍ତି । ସେପଟେ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

Related Posts