
(ସତ୍ୟପାଠ ବ୍ୟୁରୋ) ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପୟୀଙ୍କ ଆଜି 95ତମ ଜୟନ୍ତୀ । ଏକାଧାରରେ ସେ ଜଣେ ରାଜନେତା, କବି, ସାମ୍ବାଦିକ ଏବଂ ପ୍ରଖର ବକ୍ତା ଥିଲେ । 1924 ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ଗ୍ବାଲିୟରରେ ଜନ୍ମଗ୍ରହଣ କରିଥିଲେ ଅଟଳ। ସେ ଦେଶର ଦଶମ ପ୍ରଧାନମନ୍ତ୍ରୀ ଥିଲେ । ଦେଶର ପ୍ରଥମ ଅଣ କଂଗ୍ରେସ ନେତା ଭେବେ ବାଜପେୟୀ 3 ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ପ୍ରଥମେ 1996 ମସିହା ମେ 16ରୁ ଜୁନ 1 ଯାଏ ଦ୍ବିତୀୟରେ 1998 ମସିହା ମାର୍ଚ 19ରୁ ଏପ୍ରିଲ 26 ଯାଏ ଏବଂ 1999 ମସିହା ଅକ୍ଟେବର 13ରୁ 2004 ମେ 22 ଯାଏ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ । ଆଜି ବି ଅଟଳ ବିହାରୀ ବାଜପେୟୀ ଲୋକଙ୍କ ହୃଦୟରେ ଅଛନ୍ତି, ସେ ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ଆଜି ବି ପ୍ରେରଣା ହୋଇକି ରହିଛନ୍ତି । ତାଙ୍କ ବିଚାରଧାରା ଆଜି ବି ଯୁବ ବର୍ଗଙ୍କୁ ପ୍ରଭାବିତ କରିଥାଏ । ଆସନ୍ତୁ ଜାଣିବା ଅଟଳ ବିହାରୀ ବାଜପେୟୀ ସେହି 10ଟି ପ୍ରଭାବଶାଳୀ କଥା ଯାହା ଆଜି ବି ସମସ୍ତଙ୍କ ପ୍ରେରିତ କରୁଛି ।
- ଛୋଟ ମନରେ କେହି ବଡ଼ ହୋଇ ନଥାନ୍ତି, ଭଙ୍ଗା ମନରେ କେହି ଛିଡ଼ା ହୋଇ ନଥାନ୍ତି
- ବିଜୟ ଏବଂ ପରାଜୟ ଜୀବନର ଏକ ଅଂଶ, ଯାହାକୁ ସମାନ ଭାବେ ଦେଖାଯିବା ଉଚିତ
- ଯଦି ଭାରତ ଧର୍ମନିପେକ୍ଷ ନୁହେଁ ତେବେ ଭାରତ କେବେ ଭାରତ ନୁହେଁ
- ଥିବା ନଥିବା କ୍ରମ ଠିକ୍ ଭାବେ ଚାଲିଥିବ, ଆମେ ଆମେ ହୋଇକି ରହିବୁ ଏହି ଭ୍ରମ ବି ଚାଲିଥିବ
- ମୁଁ ସବୁବେଳେ ପ୍ରତିଶ୍ରୁତି ନେଇକି ଆସିନି, ଉଦ୍ଦେଶ୍ର ନେଇ କି ଆସିଛି
- ଗଣତନ୍ତ୍ର ଏଭ ଏଭଳି ସ୍ଥାନ, ଯେଉଁଠି 2 ଜଣ ମୁର୍ଖ ଜଣେ ଶକ୍ତିଶାଳୀ ଲୋକଙ୍କୁ ବି ପରାସ୍ତ କରିଦେଇ ଥାନ୍ତି ।
- ମୋ ପାଖରେ ନା ଦାଦାଙ୍କ ସମ୍ପତ୍ତି ଅଛି ନା ବାପାଙ୍କର, ମୋ ପାଖରେ ମୋ ମାଆଙ୍କ ଆଶୀର୍ବାଦ ଅଛି
- ଆପଣ ମିତ୍ର ବଦଳାଇ ପାରନ୍ତି କିନ୍ତୁ ପଡ଼ୋଶୀ ନୁହେଁ
- କାହିଁକି ମୁଁ କ୍ଷଣ କ୍ଷଣରେ ବଞ୍ଚିବି, କୋଣ କୋଣରେ ବିଛାଡ଼ି ହୋଇଥିବା ସୌନ୍ଦର୍ଯ୍ୟକୁ ପିଇବି ?
- ଦାରିଦ୍ର୍ୟ ଆମର ରୋଜଗାର ଛଡ଼ା ସ୍ବାସ୍ଥ୍ୟ, ରାଜନୀତିକ ଅଂଶିଦାର, ଆମ ସଂସ୍କୃତି ଏବଂ ସାମାଜିକ ଅନୁଷ୍ଠାନର ଉନ୍ନତି ଉପରେ ପ୍ରଭାବ ପକାଇଥାଏ