ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା: ଏଣିକି ଅଟଳ ଟନେଲ ନାଁ ରେ ଜଣାଯିବ ରୋହତଙ୍ଗ ଟନେଲ

(ସତ୍ୟବାଠ ବ୍ୟୁରୋ) ନୂଆଦିଲ୍ଲୀ: ଏଣିକି ଅଟଳ ଟନେଲ ନାଁ ରେ ଜଣାଯିବ ରୋହତଙ୍ଗ ଟନେଲ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଏଭଳି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ନୂଆଦିଲ୍ଲୀ ବିଜ୍ଞାନ ଭବନ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନଙ୍କୁ ସମ୍ୱୋଧିତ କରିବା ଅବସରରେ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ମହାନ ଶିକ୍ଷାବିତ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କୁ ଦେଶର 2 ରତ୍ନ ବୋଲି କହିଛନ୍ତି ମୋଦି ।

ଏହା ଛଡା କେନ୍ଦ୍ର ସରକାରଙ୍କ ବହୁ ପ୍ରତିକ୍ଷୀତ ଯୋଜନା ଅଟଳ ଭୂଜଳର ମଧ୍ୟ ଶୁଭାରମ୍ଭ କରିବା ସହ ମନାଲୀରୁ ଲେହ ମଧ୍ୟରେ ସଂଯୋଗ କରୁଥିବା ରୋହତଙ୍ଗ ଟନେଲକୁ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀଙ୍କ ନାମ ଅନୁସାରେ ନାମିତ କରାଯିବା ନେଇ ଘୋଷଣା କରିଛନ୍ତି । ବର୍ତ୍ତମାନ ଏହି ଟନେଲ ଅଟଳ ଟନେଲ ନାମରେ ନାମିତ ହେବା ସହ ଅଟଳ ବିହାରି ବାଜପେୟଙ୍କ ପାଇଁ ଏହା ଏକ ଛୋଟ ଶ୍ରଦ୍ଧାଞ୍ଜଳୀ ବୋଲି ମୋଦି କହିଛନ୍ତି ।

Related Posts