ସୁନ୍ଦରଗଡ଼ ଜରଂଗଲୋଇରେ ବସ୍‌-ଟ୍ରକ ଧକ୍କା: ୧୦ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜରଂଗଲୋଇରେ ଘଟିଛି ଏକ ଭୟଂକର ସଡ଼କ ଦୁର୍ଘଟଣା । ବସ୍‌-ଟ୍ରକ ପରସ୍ପର ସହ ଧକ୍କା ହୋଇଛନ୍ତି । ଫଳରେ ଏହି ଦୁର୍ଘଟଣାରେ ୧୦ଜଣ ଗୁରୁତର ହୋଇଛନ୍ତି ।

ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଏକ ସରକାରୀ ବସ ଜୟପୁରରୁ ରାଉଲକେଲା ଆସୁଥିବା ବେଳେ ସୁନ୍ଦରଗଡ ଜରଂଗଲୋଇ ଠାରେ ଦୁର୍ଘଟଣା ଘଟିଛି । ବସରେ ୪୦ ରୁ ୫୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରୁ ୧୦ ରୁ ଅଧିକ ଗୁରୁତର ହୋଇଛନ୍ତି । ବସ ଭିତରେ ଡ୍ରାଇଭର ଚାପି ହୋଇ ରହି ଯାଇଥିବା ବେଳେ ଅଗ୍ନିଶମ ବାହିନୀ ର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାରକରି ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି

Related Posts