କେଜରିଓ୍ଵାଲ୍‌ଙ୍କ ଗାଡ଼ି ଅଟକାଇ ଆକ୍ରମଣ କଲେ ଶତାଧିକ ସଶସ୍ତ୍ର ଯୁବକ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଉପରେ ସଂଘବଦ୍ଧ ଆକ୍ରମଣ । ଆଜି ଅପରାହ୍ନରେ ଏକ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ଯାଉଥିବା ବେଳେ ମାରଣାସ୍ତ୍ର ଧରିଥିବା ଶତାଧିକ ଯୁବକ ସଂଘବଦ୍ଧ ଭାବେ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିଲେ ।
ଏହି ଘଟଣା ନେଇ ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଘଟଣାରେ ମୁଖ୍ୟମନ୍ତ୍ରୀ କେଜରିଓ୍ଵାଲ ବା ଅନ୍ୟ କେହି ଆହତ ହୋଇନଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଉତ୍ତର ଦିଲ୍ଲୀର ନରେଲା ଅଞ୍ଚଳରେ ଏକ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ କରିବାକୁ ଯାଉଥିବା ବେଳେ ବାଟରେ ଶତାଧିକ ଯୁବକ ବାଡ଼ି ଓ ଅନ୍ୟ ମାରଣାସ୍ତ୍ର ଧରି କେଜରିଓ୍ଵାଲ୍‌ଙ୍କ ଗାଡ଼ିକୁ ଅଟକାଇଥିଲେ । ତା ପରେ ସେମାନେ ଗାଡ଼ି ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲେ । ଗାଡ଼ିର କାଚ ଭାଙ୍ଗି ଦେବା ସହ ଗାଡ଼ି ଭିତରୁ କେଜରିଓ୍ଵାଲ୍‌ଙ୍କୁ ଘୋଷାଡ଼ି ଆଣିବାକୁ ଉଦ୍ୟମ କରୁଥିବା ବେଳେ ସିକ୍ୟୁରିଟି ଦାୟିତ୍ବରେ ଥିବା ପୋଲିସ୍‌ କର୍ମଚାରୀଙ୍କ ସେମାନଙ୍କ ପ୍ରତିରୋଧ କରିଥିଲେ । ଫଳରେ ସେମାନେ ସ୍ଥାନ ଛାଡ଼ି ପଳାଇଥିଲେ । ଏହି ଘଟଣାରେ ଦିଲ୍ଲୀ ପୁଲିସ୍‌ କାହାକୁ ଗିରଫ କରିବାରେ ସମର୍ଥ ହୋଇନାହିଁ । ତେବେ ଏହାର ତଦନ୍ତ ଆରମ୍ଭ ହୋଇଛି ।

Related Posts