ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୧.୬ ଲକ୍ଷ ଯାଏଁ କୃଷି ଋଣ ପାଇଁ ଦରକାର ପଡ଼ିବନି ବନ୍ଧକ

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଚାଷୀଙ୍କ ପାଇଁ କରାଯାଇଛି ଏକ ଘୋଷଣା । ଏଣିକି ଚାଷୀମାନେ ବିନା ବନ୍ଧକରେ ୧ ଲକ୍ଷ ୬୦ ହଜାର ଟଙ୍କା ଯାଏଁ ଋଣ ନେଇପାରିବେ । ଗତ ୨୦୧୦ରେ ଏହି ସୀମା ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯାଇପାରିନଥିଲା । ମୁଦ୍ରାସ୍ପୀତି ଓ କୃଷି ପାଇଁ ଆନୁଷଙ୍ଗିକ ବ୍ୟୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

କୃଷି ଋଣ ସଂପର୍କରେ ଅନୁକୂଳ ନୀତି ନିର୍ଦ୍ଧାରଣ ପାଇଁ ଏକ ଅନ୍ତରୀଣ ଓ୍ଵାର୍କିଂ ଗ୍ରୁପ ଗଠନ ପାଇଁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି ।
ଗତ କାମଚଳା ବଜେଟରେ କେନ୍ଦ୍ର ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ବର୍ଷକୁ ୬ ହଜାର ଟଙ୍କାର ନଗଦ ଅର୍ଥ ପ୍ରଦାନ ସଂପର୍କରେ ଘୋଷଣା କରିଥିଲେ। ଏହା ସହିତ ଆହୁରି ଅନେକ ପ୍ରକାରର ଯୋଜନା କୃଷକମାନଙ୍କ ପାଇଁ ଘୋଷଣା କରିଥିଲେ କେନ୍ଦ୍ରର ମୋଦି ସରକାର ।

Related Posts