ସଟ୍‌ଡାଉନ ଯାଞ୍ଚ ବେଳେ ପୁଲିସକୁ ଆକ୍ରମଣ କଲେ କଦଳୀ ବେପାରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ସରକାର ଲକଡାଉନ୍ ଓ ସଟଡାଉନ୍ କରୁଛନ୍ତି। କିନ୍ତୁ କିଛି ଅମାନିଆ ଏହାର ଖୁଲମ ଖୁଲା ଉଲଙ୍ଘନ କରୁଛନ୍ତି। ଏମିତିକି ଯାଞ୍ଚ୍ କରୁଥିବା ଅଧିକାରୀଙ୍କୁ ଆକ୍ରମଣ କରିବାକୁ ପଛଉ ନାହାନ୍ତି। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ବଳଙ୍ଗା ଅଞ୍ଚଳରେ। ସପ୍ତାହନ୍ତ ସଟ୍‌ଡାଉନ ଥିବାରୁ ଦୋକାନ ବଜାର ସବୁ କିଛି ବନ୍ଦ ରହିଛି। ସଟଡାଉନ୍ ଥିବାରୁ ପୁଲିସ ବଳଙ୍ଗା ବଜାରରେ ଯାଞ୍ଚ୍ କରୁଥିଲା। ଏହି ସମୟରେ ଜଣେ ଯୁବକ ସାଇକେଲରେ କଦଳୀ ନେଇ ବଜାରକୁ ବିକ୍ରି କରିବାକୁ ଆସିଥିଲେ । କିନ୍ତୁ କଦଳୀ ବେପାରୀ ଜଣଙ୍କ ମୁହଁରେ ମାସ୍କ ପିନ୍ଧି ନଥିଲେ । ସଟଡାଉନ ସମୟରେ ବିନା ମାସ୍କରେ କାହିଁକି ବଜାର ଆସିଛ ପଚାରିବାରୁ ବେପାରୀ ଜଣଙ୍କ ରାଗି ଯାଇ କଦଳୀ କାଟିବାକୁ ଆଣିଥିବା କଟୁରୀରେ ପୋଲିସ ଅଧିକାରୀଙ୍କ ଉପରକୁ ଆକ୍ରମଣ କରିଥିଲେ । କଦଳୀ ବେପାରୀଙ୍କ ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଆହତ ଥିବା ବେଳେ ଅଭିଯୁକ୍ତ ଯୁବକଙ୍କୁ ବଳଙ୍ଗା ପୋଲିସ ଗିରଫ କରିଛି।

Related Posts