
କରୋନ। ପାଇଁ ଏବେରାଜ୍ୟର ଆର୍ଥିକ ସ୍ଥିତି ବେହାଲ୍ । ମୁକାବିଲା ପାଇଁ ଅଣାଗଲା କଠୋର ଖର୍ଚକାଟ ଆଇନ୍। ଲୋକଙ୍କୁ କୁହାଯାଉଛି ଯେ ସରକାର ଏବେ ଦରିଦ୍ର ତେଣୁ ଆୟସ୍ ଆରାମ ନାହିଁ। ହେଲେ ପ୍ରତି ଦିନ ଭାଙ୍ଗୁଚନ୍ତି ନିୟମ । ସଦ୍ୟତମ ଉଦାହରଣ ହେଉଛି ଜଳସେଚନ ମନ୍ତ୍ରୀ ରଘୁ ସାହୁ ଙ୍କ ହେଲିକପ୍ଟର ରେ ନବରଙ୍ଗପୁର ଗସ୍ତ । ସରକାର ନିୟମ କରିଛନ୍ତି ମିଟିଂ ପତ୍ର ଭିଡିଓ କାନଫେରେଂସ ଜରିଆରେ କରିବାକୁ। ହେଲିକପ୍ଟର ଗସ୍ତ ଉପରେ କଟକଣା । ତଥାପି ଜଣେ ପରେ ଜଣେ ନେତା ଙ୍କ ଚାଲିଛି ହେଲିକପ୍ଟର ଉଡ଼ାଣ। ସଞ୍ଜୟ ଦାସବର୍ମା ଙ୍କ ପରେ ମନ୍ତ୍ରୀ ରଘୁ ବାବୁ ନାଁ ଏବେ ଚର୍ଚ୍ଚାରେ। ରଘୁ ଙ୍କ ନବରଙ୍ଗପୁର ହେଲିକପ୍ଟର ଗସ୍ତ କୁ ଜୋରଦାର ବିରୋଧ କରିଛି ବିଜେପି ।