ପୁରୀ ଜେଲରେ ବିଚାରାଧୀନ କଏଦୀଙ୍କ ଗଳାକାଟି ହତ୍ୟା ଉଦ୍ୟମ

ପୁରୀ : ପୁରୀ ଜେଲରେ ଅଭାବନୀୟ ଘଟଣା । ବିଚାରାଧୀନ କଏଦୀଙ୍କ ଗଳାକାଟି ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ଆହତ କଏଦୀ ଜଣକ ଦୁର୍ଦ୍ଦାନ୍ତ ଅପରାଧି ଧୀରେନ୍ଦ୍ରନାଥ ଓରଫ୍ ପପୁ ବରାଳ। ତାଙ୍କୁ ଜେଲ୍ ଭିତରେ କିଏ କାହିଁକି ହତ୍ୟା ଉଦ୍ୟମ କରିଛି ଜଣାପଡ଼ିନାହିଁ।

ଏନେଇ ପୁଲିସ କିମ୍ବା ଜେଲ କର୍ତ୍ତୃପକ୍ଷ କୌଣସି ମତ ଦେଇନାହାନ୍ତି। ତେବେ ଏନେଇ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଯାଇଛି। କୌଣସି ବିବାଦରୁ ଜେଲ୍ ଭିତରେ ଏଭଳି ଅଭାବନୀୟକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଯାହାକୁ ନେଇ ଜେଲ ଭିତରେ କଏଦୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏବେ ସେ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ବେକରେ ଷ୍ଟିଜ୍ କରାଯିବା ପରେ ଜେନେରାଲ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଫୋର୍ସ ତାଙ୍କୁ ରୋଗୀ ଶଯ୍ୟା ନିକଟରେ ଜଗି ରହିଛନ୍ତି।

ସୂଚନା ଥାଉକି, ଦଦାବଟି ମାମଲାରେ ଚଳିତମାସ ୨୩ ତାରିଖରେ ସମୁଦ୍ରକୂଳ ଥାନା ପୁଲିସ ଦ୍ୱାରା ଗିରଫ ହୋଇଥିଲେ ପପୁ ବରାଳ ।

Related Posts