ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରସିଦ୍ଧ ସଙ୍ଗୀତଜ୍ଞ ଏ ଆର ରେହମାନଙ୍କୁ କାନାଡା ସରକାର ସ୍ୱତନ୍ତ୍ର ସମ୍ମାନ ଦେଇଛନ୍ତି । ସିଟି ଅଫ୍ ମାର୍ଖମ୍ କାନାଡା ପ୍ରଶାସନ ରେହମାନଙ୍କୁ ସମ୍ମାନ କରିବାକୁ ଯାଇ ସେଠାକାର ଏକ ମୁଖ୍ୟ ସଡକର ନାଁ ‘ଏଆର ରେହମାନ୍’ ରଖିଛନ୍ତି । ସୂଚନା ମୁତାବକ, ଏହା ପୂର୍ବରୁ ମଧ୍ୟ ୨୦୧୩ରେ ଏଠିକାର ପ୍ରଶାସନ ସହରର ଅନ୍ୟ ଏକ ସଡକର ନାଁ ରେହମାନଙ୍କ ନାଁରେ ‘ଅଲ୍ଲାହ୍-ରଖା-ରେହମାନ ସେଣ୍ଟ’ ବୋଲି ରଖାଯାଇଥିଲା ।

ତେବେ ଏପରି ସମ୍ମାନ ମିଳିବା ପରେ ଟ୍ୱିଟର ଜରିଆରେ ନିଜ ଖୁସି ବ୍ୟକ୍ତ କରିଛନ୍ତି ଏଆର ରେହମାନ୍ । ଏହାସହ ସିଟି ଅଫ୍ ମାର୍ଖମ ମେୟର ଓ କାନାଡାର ସମସ୍ତ ନାଗରିକଙ୍କୁ ମଧ୍ୟ ରେହମାନ୍ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି । ବିଦେଶରେ ତାଙ୍କୁ ଏପରି ସମ୍ମାନରେ ମିଳିବ ବୋଲି ସେ କେବେ ଆଶା କରିନଥିଲେ ବୋଲି ଟ୍ୱିଟର ମାଧ୍ୟମ ରେ ଲେଖିଛନ୍ତି ରେହମାନ୍।