ବଦଳିବ ଔରଙ୍ଗାବାଦ-ଓସମାନାବାଦର ନାମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଦଳିବ ଔରଙ୍ଗାବାଦ-ଓସମାନାବାଦର ନାମ । ତେବେ ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଏକନାଥ ଶିିନ୍ଦେ ଔରଙ୍ଗାବାଦ ଏବଂ ଓସ୍‌ମାନାବାଦର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି। ମହାରାଷ୍ଟ୍ର କ୍ୟାବିନେଟର ବୈଠକରେ ଔରଙ୍ଗାବାଦର ନାମ ସମ୍ଭାଜିନଗର ଓ ଓସ୍‌ମାନାବାଦକୁ ଧରାଶିଭ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ନଭି ମୁମ୍ବାଇ ବିମାନବନ୍ଦରର ନାମକୁ ଡିବି ପାଟିଲ ବିମାନବନ୍ଦରରେ ପରିବର୍ତ୍ତନ କରିବାକୁ ଶିନ୍ଦେ ଶନିବାର ଘୋଷଣା କରିଛନ୍ତି। ଯଦିଓ ଉଦ୍ଧବ ଠାକରେ ସରକାର ଏହି ନିଷ୍ପତ୍ତି ନେଇସାରିଛନ୍ତି, କିନ୍ତୁ ବର୍ତ୍ତମାନ ଏହାକୁ ବେଆଇନ ବୋଲି କହି ଏକନାଥ ଶିିନ୍ଦେ ଦ୍ୱିତୀୟ ଥର ଏହାକୁ କ୍ୟାବିନେଟରେ ପାରିତ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତିକ ମାହଲ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ।

Related Posts