ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଅଷ୍ଟ୍ରେଲିଆ ମହିଳା ଦଳର ଉପ-ଅଧିନାୟକ ରାଚେଲ ହେନ୍ସ

ସିଡନୀ : ଅଷ୍ଟ୍ରେଲିଆ ମହିଳା ଦଳର ଉପ-ଅଧିନାୟକ ରାଚେଲ ହେନ୍ସ ଏକ ବଡ଼ ଘୋଷଣା କରିଛନ୍ତି । ଆଜି ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ସେନ୍ ଅବସର ଘୋଷଣା କରିଛନ୍ତି। ୩୫ ବର୍ଷୀୟା ବାମହାତୀ ବ୍ୟାଟ୍ସମ୍ୟାନ୍‌ ହେନ୍ସ ନିଶ୍ଚିତ କରିଛନ୍ତି ଯେ, ଆଗାମୀ ମହିଳା ବିଗ ଲିଗ ତାଙ୍କର ଶେଷ ଘରୋଇ ସିଜିନ୍‌ ହେବ।

ସୂଚନାଯୋଗ୍ୟ, ହେନ୍ସ ଦେଶ ପାଇଁ ୮୪ ଟି-୨୦, ୭୭ ଟି ଦିନିକିଆ ଏବଂ ୬ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି।
୨୦୦୯ରୁ ଆନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ହେନ୍ସ ଅବସର ଘୋଷଣା କରି କହିଛନ୍ତି, କ୍ଲବ, ରାଜ୍ୟ, କୋଚ, ପରିବାର ଏବଂ ବନ୍ଧୁଙ୍କଠାରୁ ବିଶେଷ ଭାବରେ ମୁଁ ମୋର ମାତା ଜେନି ପିତା ଇଆନ ଏବଂ ସାଥୀ ଲିଆଙ୍କୁ ଅଦମ୍ୟ ସମର୍ଥନ ପାଇଁ ଧନ୍ୟବାଦ ଦେବାକୁ ଚାହେଁ।

Related Posts