ମୋର ଗୋଟିଏ ସର୍ତ୍ତ ମାନିଲେ ମୁଁ ନୀତୀଶଙ୍କ ସହିତ ମିଶିବି: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର

ପାଟନା : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ଖେଟପିଟ ଚାଲିଥିବା ବେଳେ, ପ୍ରଶାନ୍ତ କିଶୋର । ଯାହାକୁ ନେଇ ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇପଡିଛି । ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ କେବଳ ଏକ ସାମାଜିକ, ରାଜନୈତିକ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍‌କାର ଥିଲା ।

ଏହି ସମୟରେ ଆମେ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରି ନଥିଲୁ । ସେ କହିଛନ୍ତି ଯେ ମୁଁ ମୋର ଅଭିଯାନରୁ ପଛଘୁଞ୍ଚା ଦେବି ନାହିଁ। ମୋର ଜନସୁରାଜ ଯାତ୍ରା ଜାରି ରହିବ। ମୁଁ ରାଜ୍ୟର ସମସ୍ତ ଲୋକଙ୍କୁ ଭେଟିବି ଏବଂ ବିହାରର ଭବିଷ୍ୟତ ବିଷୟରେ ସେମାନଙ୍କୁ ବୁଝାଇବି।

ପିକେ କହିଛନ୍ତି ଯେ ଯଦି ମୋର ଗୋଟିଏ ସର୍ତ୍ତ ରହିଛି। ଏହା ମାନିନେଲେ ମୁଁ ନୀତୀଶଙ୍କ ସହିତ ମିଶିବି। ସେହି ସର୍ତ୍ତ ହେଉଛି ନୀତୀଶ ଗୋଟିଏ ବର୍ଷ ମଧ୍ୟରେ ୧୦ ଲକ୍ଷ ବେକାର ଯୁବକଙ୍କୁ ଚାକିରି ଦିଅନ୍ତୁ। ଏହାପରେ ମୁଁ ତାଙ୍କ ସହିତ ଯୋଗଦେବି। ପିକେଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

Related Posts