ରାଜସ୍ଥାନ ଉପରେ ଆପ ର ଆଖି, ଅକ୍ଟୋବର ୭ରେ ଜୟପୁର ଗସ୍ତ କରି ଶକ୍ତି ଦେଖାଇବେ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ବର୍ଷ ଅନୁଷ୍ଠିତ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏଥିପାଇଁ ଏବେଠାରୁ ମହୋଲ୍ ସରଗରମ ହୋଇ ଉଠିଲାଣି। କଂଗ୍ରେସ ଓ ବିଜେପି ଛଡା ଆଗାମୀ ନିର୍ବାଚନ ପାଇଁ ଅନ୍ୟ ଦଳ ମାନେ ମଧ୍ୟ ରାଜସ୍ଥାନରେ ନିଜ ପାଇଁ ସମ୍ଭାବନା ଖୋଜିବାରେ ଲାଗି ପଡିଛନ୍ତି। ଏହି କ୍ରମରେ ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ ଏବେ ଦୁଇ ଦିନିଆ ଗସ୍ତରେ ରାଜସ୍ଥାନ ଯାଇଛନ୍ତି । ତାଙ୍କ ଦଳ ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନରେ କିପରି ଭଲ ପ୍ରଦର୍ଶନ କରିବ ସେଥି ପାଇଁ ଏହି ଗ୍ରସ୍ତ କରିଛନ୍ତି । ଅନ୍ୟପକ୍ଷରେ ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବର୍ତ୍ତମାନ ରାଜ୍ୟରେ ଆମ୍ ଆଦମୀ ପାର୍ଟିର ନେତାମାନେ ମଧ୍ୟ ନିଜ ସ୍ଥିତି ଜାହିରି କରିବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆସନ୍ତା ଅକ୍ଟୋବର ୭ ଓ ୮ ତାରିଖରେ ଜୟପୁରରେ ରାଲି କରିବେ ବୋଲି ସୂଚନା ମିଳିଛି ।

ଦିଲ୍ଲୀ ଏବଂ ପଞ୍ଜାବରେ ବିଜୟ ପରେ ଆମ୍ ଆଦମୀ ପାର୍ଟି ଆସନ୍ତା ବର୍ଷ ରାଜସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ପୂର୍ଣ୍ଣ ଆତ୍ମବିଶ୍ୱାସ ସହିତ ନିର୍ବାଚନ ଲଢିବ । ଏଥିପାଇଁ ରାଜସ୍ଥାନର ଦାୟିତ୍ୱରେ ଥିବା ଆପ ନେତା ବିନୟ ମିଶ୍ରଙ୍କ ନେତୃତ୍ୱରେ ଅନେକ ଦିନ ଧରି ସଙ୍ଗଠନ ମଜଭୁତ ପାଇଁ ରାଜ୍ୟରେ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି ।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏବେ ବହୁତ ସକ୍ରିୟ ହୋଇପଡିଛନ୍ତି । ରାଜସ୍ଥାନରେ ତାଙ୍କ ଦଳ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମଧ୍ୟ ଆଶା କରୁଛି। ଏଥିପାଇଁ ସଙ୍ଗଠନକୁ ମଧ୍ୟ ବିସ୍ତାର କରାଯାଉଛି । ଏଥି ସହିତ ପ୍ରତ୍ୟେକ ବିଧାନସଭା ଆସନରେ ବିଜୟ ପାଇଁ ପ୍ରାର୍ଥୀ ମଧ୍ୟ ଖୋଜାଯାଉଛି । ଏଥିପାଇଁ ରାଜ୍ୟ ଦାୟିତ୍ୱରେ ଥିବା ବିନୟ ମିଶ୍ର ମଧ୍ୟ ଏବେ ରାଜସ୍ଥାନରେ ବହୁତ ସକ୍ରିୟ ହୋଇଛନ୍ତି।

Related Posts