ଅଷ୍ଟ୍ରେଲିଆ ବିଶ୍ଵ ବିଜେତା; ଫାଇନାଲ ହାରିଲା ଭାରତ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପର ଫାଇନାଲରେ ଭାରତକୁ ୬ ୱିକେଟରେ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ବକପ୍ ହତେଇଛି ଅଷ୍ଟ୍ରେଲିଆ। ଏଥି ସହିତ କୋଟି କୋଟି ଭାରତୀୟଙ୍କ ଆଶା ଆଶାରେ ରହି ଯାଇଛି।

ପ୍ରଥମ ଥର ପାଇଁ ଚଳିତ ବିଶ୍ୱକପରେ ଟିମ୍‌ ଇଣ୍ତିଆ ଅଲ୍‌‌ଆଉଟ୍‌ ହେବା ସହ ଶୋଚନୀୟ ପରାଜୟ ହୋଇଛି । ୫୦ ଓଭରରେ ପ୍ରଥମେ ବ୍ୟାଟିଂ କରି ୨୪୦ ରନରେ ସୀମିତ ରହିଥିଲା ଭାରତ । ଅଷ୍ଟ୍ରେଲିଆକୁ ୨୪୧ ରନ୍‌ର ଟାର୍ଗେଟ୍‌ ଦେଇଥିଲା । ହେଲେ କଙ୍ଗାରୁ ଦଳ ମାତ୍ର ୪୩ ଓଭରରେ ୨୪୦ରନ୍‌ କରିବାରେ ସମର୍ଥ ହୋଇଥିଲା । ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିଛି । ଅଷ୍ଟ୍ରେଲିଆ ଠାରୁ ୬ ୱିକେଟ୍‌ରେ ହାରିଲା ଭାରତ । ୨୪୧ ରନ୍‌ର ଟାର୍ଗେଟ ୪୩ ଓଭରରେ ହାସଲ କହିଛି ଅଷ୍ଟ୍ରେଲିଆ । ଫଳରେ ଷଷ୍ଠ ଥର ପାଇଁ ବିଶ୍ୱକପ୍‌ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ଟିମ୍‌ ହୋଇଛି ।

ଭାରତର ନୈରାସ୍ୟଜନ ପରାଜୟକୁ ନେଇ ନିସ୍ତବ୍ଧ ହୋଇଥିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ । କଙ୍ଗାରୁ ଦଳର ଦମ୍ଭିଲା ବ୍ୟାଟିଂକୁ ଦେଖି ଷ୍ଟାଡିୟମ୍‌ରେ ନିରବତା ଖେଳିଯାଇଥିଲା । ମ୍ୟାଚ ସଂପୂର୍ଣ୍ଣ ଏକପାଖିଆ ହୋଇଯିବା ଦେଖି ଷ୍ଟାଡିୟମ୍‌ରେ ଶୁଭୁନଥିଲା ହୋହା, ତାଳିମାଡ଼ କି ଚିୟର ଅପ୍‌ ।ଶେଷରେ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ହାସଲ କରି ବିଶ୍ୱକପ୍‌ ହାତେଇଛି । ତାସ ପତ୍ତା ବଳି ଭୁସୁଡ଼ି ଯାଇଛି ଟିମ ଇଣ୍ତିଆର ବିଶ୍ୱକପ୍‌ ବିଜୟର ଆଶା । ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ଭାରତ, କଙ୍ଗାରୁ ଦଳ ସମ୍ମୁଖରେ ମାଟି କାମୁଡ଼ିଛି । ଟସ ହାରିବା ସହ ଭାରତର ଦୁର୍ଭାଗ୍ୟ ଆରମ୍ଭ ହୋଇ ଯାଇଥିଲା । ତଥାପି ବିସ୍ଫୋରକ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା । କିନ୍ତୁ ଶୁବମାନ ଗିଲ ମାତ୍ର ୭ ବଲରୁ ୪ ରନ କରି ଆଉଟ ହୋଇ ଯାଇଥିଲେ ।ପରେ ପରେ ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମା ପାୱାର ପ୍ଲେରେ ଭଲ ଖେଳିଥିଲେ ।

ରୋହିତ ପ୍ରଥମେ ଦ୍ରୁତ ଖେଳିଥିବା ବେଳେ, ପରେ ପରେ ବିରାଟ ମଧ୍ୟ ସଟ୍ ମାରିଥିଲେ । କିନ୍ତୁ ୪୭ ରନ କରି ରୋହିତ ଶର୍ମା ଆଉଟ ହୋଇ ଯାଇଥିଲେ । ଏଣୁ ଭାରତର ରନ ସଂଗ୍ରହ ହାର ଧିମେଇ ଯାଇଥିଲା ।ଶ୍ରେୟାସ ଆୟର ଖରାପ ସଟ ଖେଳି ମାତ୍ର ୪ ରନରେ ପାବିଲିୟନ ଫେରି ଯାଇଥିଲେ । କିନ୍ତୁ ଏହା ପରେ ଭାରତର ବ୍ୟାଟିଂ ଲାଇନ ଅପ୍ ଭୁଶୁଡ଼ି ଯାଇଥିଲା । କେବଳ ରାହୁଲଙ୍କୁ ଛାଡ଼ ଅନ୍ୟ କୌଣସି ବ୍ୟାଟର ଯୋଗଦାନ ଦେଇ ପାରିନଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡ଼େଜା ୯ ରନ, ସୂର୍ଯ୍ୟକୁମାର ଯାଦବ ୧୮ ରନ, ମହମ୍ମଦ ସାମି ୬ ରନ କରିଥିଲେ ।ସେହିପରି ଜଶପ୍ରୀତ ବୁମରା ମାତ୍ର ୧ ରନ କରି ଆଉଟ ହୋଇଥିଲେ । କୁଲଦୀପ ଯାଦବ ୧୦ ରନରେ ରନ ଆଉଟ ହୋଇଥିବା ବେଳେ ମହମ୍ମଦ ସିରାଜ ମାତ୍ର ୯ ରନ କରିଥିଲେ ।

Related Posts