ବିଶ୍ୱକପ୍ ଫାଇନାଲକୁ ମୋତେ ନିମନ୍ତ୍ରଣ କରାଯାଇନାହିଁ: କପିଲ ଦେବ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚାଲିଛି ବିଶ୍ବକପ ଫାଇନାଲ ମ୍ୟାଚ । ସାରା ଭାରତ ବର୍ଷରେ ଖୁସିର ମାହୋଲ । ଫାଇନାଲ ମୁକାବିଲାରେ ଷ୍ଟାଡିୟମଠାରୁ ସହର ସବୁକିଛି ମନୋରମ ହୋଇଛି । ଏହି ଫାଇନାଲ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ସେଲିବ୍ରେଟିଙ୍କଠାରୁ ଆରମ୍ଭ କରି ରାଜନେତା ସମସ୍ତେ ମ୍ୟାଚ୍ ଦେଖିବା ପାଇଁ ପହଞ୍ଚିଛନ୍ତି । କିନ୍ତୁ ଭାରତକୁ ପ୍ରଥମ ବିଶ୍ବକପ ଦେଇଥିବା ଅଧିନାୟକ କପିଲ ଦେବଙ୍କୁ ଡକାଯାଇନାହିଁ ।

ସେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଇଣ୍ଟଭିୟୁର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ରବିବାର କପିଲ ଦେଇଥିବା ଇଣ୍ଟରଭିୟୁରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା କି, ସେ ବିଶ୍ବକପ ଫାଇନାଲ ଦେଖିବାକୁ ଯିବେ କି ନାହିଁ । ପୂର୍ବରୁ କୁହାଯାଉଥିଲା କି, ଫାଇନାଲ ଦିନ କପିଲଙ୍କୁ ସମ୍ମାନିତ କରାଯିବ । ମାତ୍ର କପିଲ କହିଛନ୍ତି କି, ତାଙ୍କୁ ଡକାଯାଇନାହିଁ । ଏଣୁ ସେ କେମିତି ଯିବେ ବୋଲି ବୋଲି ପାଲଟା ପ୍ରଶ୍ନ ପଚାରିଥିଲେ । ଯେଉଁ ଭିଡିଓଟି ଏବେ ବେଶ ଭାଇରାଲ ହେବା ସହ ଦିଗଜଙ୍କ ଏହି କ୍ଷୋଭକୁ ନେଇ ପ୍ରଂଶସକମାନେ ଭିନ୍ନ ଭିନ୍ନ କମେଣ୍ଟମାନ କରୁଛନ୍ତି ।

କପିଲ କହିଛନ୍ତି କି, ଏବେ ଭଲ ମ୍ୟାଚ ଚାଲିଛି । ପ୍ରସ୍ତୁତି ଉଚ୍ଚକୋଟିର ହେବା ସହ ଆୟୋଜନକୁ ପ୍ରଂଶସା କରୁଛି । ମାତ୍ର ଏବେ ଲୋକମାନେ ଆମକୁ ଭୁଲି ଗଲେଣି ଲାଗୁଛି । ଆମେ ଆଶା ରଖିଥିଲୁ କି, ଫାଇନାଲ ମ୍ୟାଚରେ ଯଦି ସମ୍ମାନିତ କରିଥାନ୍ତେ ତାହେଲେ ଆମ ୧୯୮୩ ବିଶ୍ବକପ ଦଳର ସମସ୍ତ ସଦସ୍ୟ ଯିବେ ବୋଲି ଯୋଜନା କରିଥିଲୁ । କିନ୍ତୁ ମୋତେ ଡକା ହୋଇନାହିଁ ।

Related Posts