ଆପୋସ ବୁଝାମଣା ନୋହିଲା ; ଅଗଷ୍ଟ ୬ରୁ ଦୈନନ୍ଦିନ ଶୁଣାଣୀ

ସତ୍ୟପାଠ ବ୍ୟୁରୋ : ଅଯୋଧ୍ୟା ବିବାଦରେ ଶାନ୍ତିପୂର୍ଣ୍ଣ ଆପୋସ ବୁଝାମଣା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥି କମିଟି ଫେଲ ମାରିଛି । ତେଣୁ ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ବିବାଦର ଚୁଡାନ୍ତ ଶୁଣାଣି ଆସନ୍ତା ଅଗଷ୍ଟ ୬ ତାରିଖ ଠାରୁ ପ୍ରତିଦିନ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।

ରାମ ଜନ୍ମଭୁମି-ବାବ୍ରୀ ମସଜିଦ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆପୋସ ବୁଝାମଣାକୁ ଗୁରୁତ୍ୱ ଦେଇଥିଲେ ଅଦାଲତ । ତେଣୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ କଲିଫୁଲ୍ଲା, ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁଙ୍କୁ ନେଇ ଏକ ତିନିଜଣିଆ ମଧ୍ୟସ୍ଥି କମିଟି ଗଠନ କରାଯାଇଥିଲା ।

ଗତ ଜୁଲାଇ ୧୮ ତାରିଖରେ ଏସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ସେମାନଙ୍କର ଚୂଡ଼ାନ୍ତ ରିପୋର୍ଟ ଅଦାଲତଙ୍କ ନିକଟରେ ଦାଖଲ କରିବାକୁ ମଧ୍ୟସ୍ଥି କମିଟିକୁ ନିର୍ଦ୍ଦେଶ ଦେଇଥିଲେ। ତେବେ, ଧାର‌୍ୟ୍ୟ ତାରଖର ୧୫ ଦିନ ପୂର୍ବରୁ ଅଗଷ୍ଟ ୧ ତାରିଖରେ ମଧ୍ୟସ୍ଥି କମିଟି ଅଦାଲତଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟରେ ଏହି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଆପୋସ ବୁଝାମଣା ଜରିଆରେ ହୋଇ ପାରିବା ସମ୍ଭବପର ନଥିବା କହିଛନ୍ତି।

Related Posts