ସାମ୍ବାଦିକତା ପାଇଁ ମାଗ୍‌ସେସେ ପୁରସ୍କାର ପାଇଲେ ରବିଶ କୁମାର

ସତ୍ୟପାଠ ବ୍ୟୁରୋ : ଗ୍ରାଉଣ୍ଡ ଜିରୋ ସାମ୍ବାଦିକତା ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ବରିଷ୍ଠ ପତ୍ରକାର ରବିଶ କୁମାରଙ୍କୁ ମିଳିଛି ସମ୍ମାନଜନକ ମାଗସେସେ ପୁରସ୍କାର । ୨୦୧୯ବର୍ଷ ପାଇଁ ଏହି ପୁରସ୍କାର ପାଇବାକୁ ପାଂଚଜଣ ମନୋନୀତ ହୋଇଥିବା ବେଳେ ରବିଶ ଏଥିରେ ସ୍ଥାନ ପାଇଛନ୍ତି ।

ଏନଡିଟିଭିରେ ପ୍ରସାରିତ ଲୋକପ୍ରିୟ ଖବର କାର୍ଯ୍ୟକ୍ରମ ‘ପ୍ରାଇମ ଟାଇମ’ ପାଇଁ ରବିଶ ଏହି ପୁରସ୍କାର ପାଇବେ । ପୁରସ୍କାର ପ୍ରଦାନ କାରୀ ସଂସ୍ଥା ମାଗସେସେ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ‘ପ୍ରାଇମଟାଇମ’ରେ ସାଧାରଣ ଲୋକମାନଙ୍କର ବାସ୍ତବ ଜୀବନର କଥା କୁହାଯାଏ ଏବଂ ଗଣମାଧ୍ୟମର ନଜର ଆଢ଼ୁଆଳରେ ରହି ଯାଉଥିବା ବିଷୟବସ୍ତୁକୁ ରବିଶ କୁମାର ଉପସ୍ଥାପନ କରିଥାନ୍ତି । ପ୍ରଶଂସା ପତ୍ରରେ ରବିଶଙ୍କୁ ଜଣେ ଗମ୍ଭୀର, ବିଜ୍ଞ ଏବଂ ଉତ୍ତମ ସୂଚନାପ୍ରାପ୍ତ ଉପସ୍ଥାପକ ଭାବେ ବର୍ଣ୍ଣନା କରାଯାଇଛି ।

ଏସିଆର ନୋବେଲ କୁହାଯାଉଥିବା ମାଗ୍ସେସେ ପୁରସ୍କାରର ଅନ୍ୟ ଚାରି ବିଜେତା ହେଲେ ମିଆଁମାର୍ର କୋ ସ୍ୱେ, ଥାଇଲାଣ୍ଡ୍ର ଆଙ୍ଗ୍ଖାନା ନୀଳପାଇଜିତ୍, ଫିଲିପ୍ପିନ୍ସ୍ର ରେମୁଣ୍ଡୋ ପୁଜାଣ୍ଟେ କାୟାବ୍ୟାବ୍ ଏବଂ ଦକ୍ଷିଣ କୋରିଆର କିମ୍ ଜୋଙ୍ଗ୍-କି।
ପୂର୍ବରୁ ଆର୍.କେ ଲକ୍ଷ୍ମଣ, ପି.ସାଇନାଥ, ଅରୁଣ ସୌରୀ, କିରଣ ବେଦି ଏବଂ ଅରବିନ୍ଦ କେଜ୍ରିଓ୍ଵାଲ ଏହି ପୁରସ୍କାର ପାଇଛନ୍ତି।

Related Posts