ଅଯୋଧ୍ୟାରେ ହେବ ରାମ ମନ୍ଦିର

(ସତ୍ୟପାଠ ବ୍ୟୁରୋ) ଅଯୋଧ୍ୟା ମାମଲାରେ ସୁପ୍ରିମ କୋର୍ଟଙ୍କ ବଡ଼ ରାୟ । ବିବାଦୀୟ ରାମ ଜନ୍ମଭୂମିରେ ନିର୍ମାଣ ହେବ ରାମ ମନ୍ଦିର । ବିବାଦୀୟ ଜମିକୁ ରାମ୍‌ଲଲାକୁ ଦିଆଯିବ । ୩ ମାସ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ । ଯୋଜନା ଅନୁଯାୟୀ ଟ୍ରଷ୍ଟି ବୋର୍ଡ ଗଠନ ପାଇଁ ବି ନିର୍ଦେଶ ଦେଲେ କୋର୍ଟ ।  ସମସ୍ତଙ୍କ ବିଶ୍ବାସ ସମ୍ବିଧାନ ପାଇଁ ସମାନ ହୋଇଥିବାରୁ ମୁସଲମାନମାନଙ୍କୁ ମସଜିଦ ନିର୍ମାଣ ପାଇଁ ବିକଳ୍ପ ଜମି ଦିଆଯିବ ବୋଲି କୋର୍ଟ କହିଛନ୍ତି । ମସ୍‌ଜିଦ ନିର୍ମାଣ ପାଇଁ କେନ୍ଦ୍ରୀୟ ୱାକଫ ବୋର୍ଡକୁ ମିଳିବ ୫ ଏକର ଜମି । ସିଆ ୱାକଫ ବୋର୍ଡର ଆବେଦନ ଏବଂ ନିର୍ମୋହୀ ଆଖଡ଼ାର ଦାବିକୁ ଖାରଜ କରି ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମ କୋର୍ଟର 5 ଜଣିଆ ଖଣ୍ଡପୀଠ । ଧର୍ମଶାସ୍ତ୍ର ଉପରେ ବିଶ୍ବାସ କରିବା ଉଚିତ ନୁହେଁ ତେଣୁ ପ୍ରତ୍ନତତ୍ତ୍ବ ବିଭାଗର ଯାଞ୍ଚକୁ ବିଶ୍ବାସକୁ ନେଇ ରାୟ ଶୁଣାଯାଇଥିବା ଖଣ୍ଡପୀଠ କହିଛନ୍ତି। ASI ରିପୋର୍ଟରେ ମନ୍ଦିର ସମ୍ପର୍କରେ ଉଲ୍ଲେଖ ଥିବା ବେଳେ ଇଦ୍‌ଗା ସମ୍ପର୍କରେ କିଛି କୁହାଯାଇ ନଥିବାରୁ ରାମନ୍ଦିର ନିର୍ମାଣକୁ ଅନୁମତି ଦେଇଛନ୍ତି କୋର୍ଟ । ମନ୍ଦିର ଭାଙ୍ଗି ମସଜିଦ ହୋଇଥିବା କଥା ASI ରିପୋର୍ଟରେ ନାହିଁ । ଖାଲି ଜାଗାରେ ମସ୍‌ଜିଦ ନିର୍ମାଣର ପ୍ରମାଣ ମଧ୍ୟ ନାହିଁ । ଉଭୟ ପକ୍ଷ ମାନନ୍ତି ଯେ ରାମଙ୍କ ଜନ୍ମ ଅଯୋଧ୍ୟାରେ ହୋଇଥିଲା । ମନ୍ଦିର ଓ ମସ୍‌ଜିଦ ନିର୍ମାଣରେ ୪୦୦ ବର୍ଷର ବ୍ୟବଧାନ ଅଛି । ୧୮୫୬-୫୭ରେ ହିନ୍ଦୁମାନଙ୍କୁ ଭିତରକୁ ଯିବାର ଅଧିକାର ନ ଥିଲା, ମସ୍‌ଜିଦ ବି ସମ୍ପୂର୍ଣ୍ଣ ଭାବେ ଇସ୍‌ଲାମିକ୍‌ ପ୍ରକୃତିର ନୁହେଁ । । ଭିତରେ ନମାଜ ପାଠ ଓ ବାହାରେ ହିନ୍ଦୁମାନେ ପୂଜା କରୁଥିଲେ ବୋଲି କୋର୍ଟ କହିଛନ୍ତି ।

ଅନ୍ୟପଟେ ଅଯୋଧ୍ୟା ମାମଲା କାହାର ହାରଜିତ୍ ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ଶାନ୍ତି ଓ ସଦ୍‌ଭାବନା ରକ୍ଷା କରିବାକୁ ମୋଦି ଆହ୍ବାନ କରିଛନ୍ତି ।

 

 

 

 

ସେପଟେ ଅଯୋଧ୍ୟାକୁ ନେଇ କୌଣସି ନେତା ଦଳୀୟ ଲାଇନ ବାହାରେ ଗଣମାଧ୍ୟମରେ ପ୍ରତିକ୍ରିୟା ନଦେବାକୁ କଂଗ୍ରେସ  ପକ୍ଷରୁ କୁହାଯାଇଛି ।

Related Posts