ରହିତାଦେଶ ପାଇଁ ସୁପ୍ରିକୋର୍ଟଙ୍କ ଦ୍ବାରସ୍ଥ ହେଲେ ବାବା ରାମଦେବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ ମାସରେ ଏଲୋପାଥି ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ଯୋଗ ଗୁରୁ ବାବା ରାମଦେବ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏକାଧିକ ଏଫାଆଇର୍‌କୁ ରଦ୍ଦ କରିବା ପାଇଁ ସେ ବୁଧବାର ସର୍ବୋଚ୍ଚ ନ୍ୟାୟଳୟରେ ଦାବି କରିଛନ୍ତି। ଏଲୋପାଥି ଚିକିତ୍ସା ଓ ଡାକ୍ତରଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ଯୋଗଗୁରୁ ରାମଦେବଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି। ଆବେଦନରେ ରାମଦେବ ଆଇଏମଏ ପକ୍ଷରୁ ତାଙ୍କ ବିରୋଧରେ ରୁଜୁ ଏଫଆଇଆରର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ସେ ଦାବି କରିଛନ୍ତି। ଖବର ଅନୁଯାୟୀ ରାମଦେବଙ୍କ ବିରୋଧରେ ଆଇଏମଏ ପାଟନା ଓ ରାୟପୁର ୟୁନିଟ୍ ପକ୍ଷରୁ ମାମଲା ରୁଜୁ ହୋଇଛି। ରାମଦେବ ଏହି ଦୁଇଟି ଏଫଆଇଆରକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ରାମଦେବ ଦାବି କରିଛନ୍ତି। ଜୟପୁର ପୋଲିସ ଗତ ସପ୍ତାହ ବାବା ରାମଦେବଙ୍କ ବିରୋଧରେ ଏଲୋପାଥି ଚିକିତ୍ସା ପଦ୍ଧତି ଓ ଔଷଧକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ ଏଫଆଇଆର ରୁଜୁ କରିଥିଲା। ସେହିପରି ଆଇଏମ୍ଏ , ଛତିଶଗଡ ୟୁନିଟ୍ ପକ୍ଷରୁ ମଧ୍ୟ ବାବାଙ୍କ ବିରୋଧରେ ଆଇପିସିର ଧାରା 188,269,504 ଆଧାରରେ ମାମଲା ଦାୟର ହୋଇଥିଲା । ଯୋଗ ଗୁରୁଙ୍କ ବିରୋଧରେ ମହାମାରୀକୁ ନେଇ ବିବାଦୀୟ ଓ ଅବୈଜ୍ଞାନିକ ବୟାନ ଦେବା ଅଭିଯୋଗରେ ଏଫଆଇଆର ରୁଜୁ କରାଯାଇଥିଲା।ଗତ ମାସରେ ବାବା ରାମଦେବଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ ଡାକ୍ତରଙ୍କ ଉପରେ ବିବାଦୀୟ ବୟାନ ଦେଉଥିବା ଦେଖିବାକୁ ମିଳିଥିଲା। ଏହା ପରେ ଆଇଏମ୍ଏ ପକ୍ଷରୁ ଘୋର ବିରୋଧ ହୋଇଥିଲା। ଏହା ପରେ ସେ ବୟାନ ପ୍ରତ୍ୟାହାର କରିଥିଲେ। ଏହା ପରେ ମଧ୍ୟ ବାବାଙ୍କ ବିରୋଧରେ ବିବାଦ ଲାଗି ରହିଛି।

Related Posts