ସ୍ନାନ ପୂର୍ଣ୍ଣିମାରେ ଗଜପତିଙ୍କ ବଦଳରେ ମୁଦିରସ୍ତ କରିବେ ଛେରା ପହଁରା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚଳିତବର୍ଷ ସ୍ନାନବେଦୀରେ ଛେରାପହଁରା କରିବେ ମୁଦିରସ୍ତ ସେବକ । କରୋନା ମହାମାରୀ ଯୋଗୁଁ ଏଥର ମଧ୍ଯ ଗଜପତି ମହାରାଜ ସ୍ନାନ ବେଦୀରେ ଛେରାପହଁରା କରିବେନାହିଁ । ଗଜପତିଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ସେବକ ଚଳିତଥର କରିବେ ମହାପ୍ରଭୁଙ୍କ ଛେରାପହଁରା ସେବା । ଏନେଇ ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ସେପଟେ ଗୁରୁବାର ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି । ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ବୁଧବାର ରାତି ୧୦ଟାରୁ ଲାଗୁ କରାଯିବ ବୋଲି ଜଣାପଡିଛି ।ଅନ୍ୟପଟେ ରଥଖଳାରେ ରଥକାମ ଜୋରସୋରରେ ଚାଲିଛି । ତିନି ରଥର ପ୍ରଥମ ଭୁଇଁ ଉପରେ ଦ୍ୱିତୀୟ ଭୁଇଁର ଛ’କାଠ ସେଟିଙ୍ଗ କରାଯାଇଛି । ଏଥିସହ ବଡଧରା ପୋଟଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପୋଟଳ ଅଂଶଟି ୧୩ ପରସ୍ତ ବିଶିଷ୍ଟ । ରଥର ଶେଷ ଭୁଇଁ ଉପରୁ ନିର୍ମାଣ ହୋଇ ଏହାର ଗଠନଶୈଳୀ ଶ୍ରୀମନ୍ଦିର ଶୀର୍ଷ ଭାଗ ପରି ଦୃଶ୍ୟମାନ ହୋଇଥାଏ ।

Related Posts