
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶା ପ୍ରସିଦ୍ଧ ରାଜଧାନୀର ଖଣ୍ଡଗିରି ମେଳା। ଏହି ମେଳାର ମୁଖ୍ୟ ଆକର୍ଷଣ ହେଉଛି ଏଠାରେ ପ୍ରତିବର୍ଷ ରାଜ୍ୟର ନାମୀଦାମୀ ଯାତ୍ରା ପାଟି ମାନଙ୍କୁ ନେଇ ଆୟୋଜିତ ହେଉଥିବା ଯାତ୍ରା ମହାକୁମ୍ଭ। ରାଜ୍ୟର କୋଣ ଅନୁକୋଣରୁ ଯାତ୍ରା ପ୍ରେମୀ ଏଠାକୁ ଆସନ୍ତି ଯାତ୍ରା ଦେଖିବା ପାଇଁ ତଥା ଯାତ୍ରା କଳାକାର ମାନଙ୍କ ଜୀବନ୍ତ ଅଭିନୟରେ ନିଜକୁ ହଜାଇ ଦେବାପାଇଁ।କିନ୍ତୁ ଚଳିତ ଖଣ୍ଡଗିରି ମେଳା ଯାତ୍ରାରେ ପରିବେଷଣ ହେବାକୁ ଯାଉଥିବା କଳାକାର ମାନଙ୍କ ଅଭିନୟକୁ ନେଇକି ଯେତିକି ଚର୍ଚ୍ଚା ଆଲୋଚନା ପର୍ଯ୍ୟାଲୋଚନା ହେବା କଥା ତାହା ହେବା ବଦଳରେ ଆରମ୍ଭ ହୋଇଯାଇଛି ଏକ ନୂଆ ବିବାଦ।ଯାତ୍ରା ଆରମ୍ଭରୁ ରେକର୍ଡ ଡ୍ୟାନ୍ସରେ ପରିବେଷଣ ହେଉଥିବା ଅଶିଳ ନୃତ୍ୟକୁ ଗତ କିଛିଦିନ ଧରି ତମାମ ରାଜ୍ୟର ସଭ୍ୟ ସମାଜରେ ବିରୋଧ ଚାଲିଥିବା ବେଳେ ହଟାତ ଭାରତୀୟ ଜନତା ପାଟିର ଭୁବନେଶ୍ୱ ଏକାମ୍ର ବିଧାୟକ ବାବୁ ସିଂ ଙ୍କ ବିରୋଧର ତରିକାକୁ ନେଇ ମୁଣ୍ଡ ଟେକିଛି ନାନା ପ୍ରଶ୍ନ।
ରେକର୍ଡ ଡ୍ୟାନ୍ସରେ ହେଉଥିବା ଅଶିଳ ନୃତ୍ୟକୁ ବିରୋଧ କରିବାକୁ ଯାଇ ବିଧାୟକ ବାବୁ ସିଂ କରିଛନ୍ତି ‘ଠେଙ୍ଗା ପୂଜନ’। ସେ ଗଣମାଧ୍ୟମ କୁ ମନ୍ତବ୍ୟ ଦେବାକୁ ଯାଇ ଏକାଧିକ ଠେଙ୍ଗା ପ୍ରଦର୍ଶନ କରି ତାଙ୍କର କିଛି ଯୁବ ସମର୍ଥକ ମାନଙ୍କ ସହିତ ଖୁଲମ ଖୁଲା କହିଛନ୍ତି ଆମେ ଶହେ ଠେଙ୍ଗା ପୂଜା କରିଲୁ, ଯଦି କେହି ଖଣ୍ଡଗିରି ମେଳାରେ ହେଉଥିବା ଯାତ୍ରାରେ ଅଶିଳ ନୃତ୍ୟ ପରିବେଷଣ କରେ ତେବେ ଆମେ ଠେଙ୍ଗା ସାହାଯ୍ୟରେ ବିରୋଧ କରିବୁ।ତେବେ ପ୍ରସଙ୍ଗ ଆସୁଛି ତମାମ ରାଜ୍ୟରେ ଆଙ୍ଗୁଠି ଗଣତି ଦୁଇ ଚାରିଜଣ ଅଶିଳ ନୃତ୍ୟାଙ୍ଗନା ମାନଙ୍କ ପାଇଁ ରାଜ୍ୟର ଆଇନ କାନୁନ୍ ଓ ପୁଲିସ୍ ବ୍ୟବସ୍ଥା କଣ ପର୍ଯ୍ୟାପ୍ତ ହେଲାନି ଯେ ସରକାରୀ ଦଳର ଜଣେ ବିଧାୟକଙ୍କୁ ନିଜ ଠେଙ୍ଗା ବାହିନୀ ସହିତ ଶହେ ଠେଙ୍ଗା ଧରି ରାଜରାସ୍ତାକୁ ପଡ଼ିଲା ଓହ୍ଲାଇବା ପାଇଁ ?ରାଜ୍ୟର ଗୃହ ବିଭାଗ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ବେଳେ ତାଙ୍କରି ଦଳର ଜଣେ ବିଧାୟକ ପୁଲିସ୍ ଉପରେ ଭରଷା କରିନପାରି ଠେଙ୍ଗା ବାହିନୀ ଗଠନ କରିବା କଥାକୁ ସହଜେ ଗ୍ରହଣ କରିପାରୁନାହାନ୍ତି ରାଜ୍ୟବାସୀ।ଜଣେ ବିଧାୟକ ହିସାବରେ ବାବୁ ସିଂ ଅଶିଳ ନୃତ୍ୟକୁ ବିରୋଧ ବା ବନ୍ଦ କରିବା ପାଇଁ ଆଇନ୍ ସମ୍ମତ ଭାବେ କଣ ପଦକ୍ଷେପ ନେବାକୁ ହେବ ତାହା କରିବା ବଦଳରେ ଆଇନ୍ କୁ ହାତକୁ ନେଇ ଖୁଲମ୍ ଖୁଲା ଦିନ ଦ୍ୱିପ୍ରହରରେ ଠେଙ୍ଗା ଦେଖାଇ ଧମକ ଦେବା କଥା ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ନିଜ ଦଳର ମୁଖିଆଙ୍କ ଉପରେ ଉଠାଇଛି ଅଙ୍ଗୁଳି ନିର୍ଦ୍ଦେଶ।ଯଦି ଅଶିଳ ନୃତ୍ୟ ହେଉଛି ସଭ୍ୟ ସମାଜରେ ଏହାକୁ ନିଶ୍ଚିନ୍ତ ବିରୋଧ ହେବା ଏବଂ ରୋକ୍ ଲଗାଯିବ ଦରକାର କିନ୍ତୁ କଥା ହେଉଛି ଶାଳିନତାର ସୀମା ସରହଦ କଣ?କେଉଁ ପରିଧି ପାର୍ କଲେ ଜଣଙ୍କ ନୃତ୍ୟକୁ ଆମେ ଅଶିଳତା କହିପାରିବା?ରାଜ୍ୟର ସଂସ୍କୃତି ବିଭାଗ ପକ୍ଷରୁ ଏହାର ସୀମା କାହିଁକି କରାଯାଉନାହିଁ ନିର୍ଦ୍ଧାରଣ? କିମ୍ବା କାହିଁକି ରାଜ୍ୟ ସରକାର ସିନେମା ଇଣ୍ଡଷ୍ଟ୍ରି ରେ ଥିବା ସେନ୍ସର ବୋର୍ଡ ପରି ଯାତ୍ରା ଜଗତ ପାଇଁ ଗଠନ କରୁନାହାନ୍ତି ସେନ୍ସର୍ ବୋର୍ଡ?
ଏସବୁ ବିଷୟରେ ଆଲୋଚନା ହେବା ନିହାତି ଆବଶ୍ୟକ।ତେବେ ବିଧାୟକ ବାବୁ ସିଂ ଯେପରି ନିଜ ଦଳର ମୁଖିଆଙ୍କ ଉପରେ ଓ ରାଜ୍ୟ ପୋଲିସ ବିଭାଗ ଉପରେ ଭରଷା ନକରି ସମାନ୍ତରାଳ ଭାବେ ଠେଙ୍ଗା ବାହିନୀ ଗଠନ କରିଛନ୍ତି ବାସ୍ତବରେ ଏପରି କାର୍ଯ୍ୟ ହେତୁ ଜନ ମାନସ କୁ ବାର୍ତ୍ତା ଯାଉଛି ସରକାରଙ୍କୁ ଖାତିର କରୁନାହାନ୍ତି ନିଜ ଦଳର ଜଣେ ବିଧାୟକ।କେହି କେହି କଲେଣି ମଧ୍ୟ ମୋହନ ସରକାରଙ୍କ ପୋଲିସ ଠେଙ୍ଗାକୁ ନିଜ ଦଳର ବିଧାୟକଙ୍କ ଭରଷା ପାଉନି ତେଣୁ ସମାନ୍ତରାଳ ଭାବେ ଗଠନ ହେଉଛି ଆଉ ଏକ ଠେଙ୍ଗା ବାହିନୀ।ଅନ୍ୟପଟେ ଯଦି କହିବା ଦେଶର ଆଇନ୍ କାନୁନ୍ ଏପରି କାର୍ଯ୍ୟକୁ କଦାପି ଦବନି ସମ୍ମତି।ଜଣେ ନାରୀ ଯଦି ସର୍ବ ସମ୍ମୁଖରେ ଅଶିଳତା ପ୍ରଦର୍ଶନ କରୁଛି ତେବେ ଏହାକୁ ରୋକ୍ ଲଗାଇବା ପାଇଁ ଦେଶରେ ତଥା ରାଜ୍ୟରେ ପର୍ଯ୍ୟାପ୍ତ ଆଇନ୍ ର ବ୍ୟବସ୍ଥା ଥିବା ବେଳେ ଜଣେ ନିଜ ଦଳର ବିଧାୟକ ଆଇନ୍ କୁ ହାତକୁ ନେଇ ଠେଙ୍ଗା ବାହିନୀ ଗଠନ କରିବା ସରକାରଙ୍କ ପାରିବା ପଣିଆ ଉପରେ ବେଶ୍ କୁଠାର ଘାତ କରୁଛି।ଯଦି ବାବୁ ସିଂ ଙ୍କ ଏପରି ବେନିୟମ କାର୍ଯ୍ୟ କୁ ରୋକ୍ ଲଗାନଯାଏ ତେବେ ଖଣ୍ଡଗିରି ମେଳାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହେବା କଥାକୁ ଏଡ଼ାଇ ଦିଆଯାଇନପାରେ।ଯଦି ସେମିତି କିଛି ସ୍ଥିତି ଉପୁଜେ ତେବେ ପୁଲିସ୍ ଅଶିଳ ନୃତ୍ୟ ବନ୍ଦ କରିବା ବଦଳରେ କଣ୍ଡଗିରିରେ ଦେଖିବାକୁ ମିଳିବ ମୋହନ ସରକାର ପୁଲିସ୍ ଠେଙ୍ଗା ଭର୍ସେଶ ବାବୁ ସିଂ ଠେଙ୍ଗା ବାହିନୀ।