
ମୁମ୍ବାଇ: ଖୁବ୍ଶୀଘ୍ର ବଡ଼ ପରଦାରେ ଏକାଠି ନଜର ଆସିବେ ଜଣାଶୁଣା କଳାକାରଙ୍କ ଷ୍ଟାରକିଡ୍ସ। ଅନେକ ସମୟରେ ଷ୍ଟାରକିଡ୍ସ ମାନେ ବଲିଉଡ ରେ ଡେବ୍ୟୁ କରୁଥିବା ବେଳେ, ତାଙ୍କୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରୁଛନ୍ତି | ଦର୍ଶକଙ୍କ ଭଲପାଇବା ତାଙ୍କୁ ଢେର ମାତ୍ରାରେ ମିଳୁଛି |
ଆଗକୁ ରିଲିଜ ହେବାକୁ ଥିବା ଫିଲ୍ମ ଆର୍ଚିଜ୍ରେ ଦେଖିବାକୁ ମିଳିବ ଅମିତାଭ୍ଙ୍କ ନାତି ଅଗସ୍ତ୍ୟ ନନ୍ଦା, ଶାହାରୁଖ୍ଙ୍କ ଝିଅ ସୁହାନା ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସୀ କପୁର। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଏହି ୩ ଷ୍ଟାର କିଡ୍ କରିବେ ନିଜର ଡେବ୍ୟୁ।
ନେଟ୍ଫ୍ଲିକସ୍ରେ ଏବେ ଏହାର ଫାଷ୍ଟ ଲୁକ୍ ରିଲିଜ୍ କରାଯାଇଛି। ଛୋଟ ଭିଡିଓରେ ସମସ୍ତ ଷ୍ଟାରକାଷ୍ଟଙ୍କୁ ଭିନ୍ନ ଅନ୍ଦାଜ୍ରେ ଦେଖିବାକୁ ମିଳିଛି।
ତେବେ ସେୟାର କରାଯାଇଥିବା ଭିଡିଓରେ ଅଗସ୍ତ୍ୟ ନନ୍ଦା, ସୁହାନା ଖାନ୍, ଖୁସୀ କପୁରଙ୍କ ସହ ଅନ୍ୟ ୟଙ୍ଗଷ୍ଟାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ସବୁ ମଜା ମସ୍ତି କରୁଥିବାର ନଜର ଆସିଛନ୍ତି । ଅପରପକ୍ଷରେ ଫିଲ୍ମ ‘ଦ ଆର୍ଚିଜ୍’ ପାଇଁ ଅମିତାଭ୍ ଖୁବ୍ ଖୁସି ଅଛନ୍ତି। । ଏନେଇ ଇନ୍ଷ୍ଟାଗ୍ରାମରେ ଫଟୋ ସେୟାର କରି ନାତିଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଏହା ବ୍ୟତୀତ କରନ୍ ଜୋହର ନିକଟରେ ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ ସେୟାର କରି ନିଜ ଆଗାମୀ ବଡ଼ ପ୍ରୋଜେକ୍ଟ ଦ ଆର୍ଚିଜ୍ ର ପୋଷ୍ଟର ସେୟାର କରିଛନ୍ତି।
କରନ୍ ଜୋହର ସେୟାର କରିଥିବା ‘ଦ ଆର୍ଚିଜ୍’ ପୋଷ୍ଟରରେ ଶାହାରୁଖ ଖାନ୍ଙ୍କ ଝିଅ ସୁହାନାଙ୍କ ଠାରୁ ଆରମ୍ଭ କରି ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ଓ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁରଙ୍କୁ ମିଶି ମସ୍ତି କରୁଥିବା ସହ ରେଟ୍ରୋ ପୋଷାକ ପିନ୍ଧି ହସି-ଖେଳି, ନାଚି-କୁଦି ପିକନିକ୍ କରୁଛନ୍ତି। ଏହି ଫିଲ୍ମରେ ନିର୍ଦ୍ଦେଶନା ଜୋୟା ଅଖତର ଦେଉଛନ୍ତି । ଏହା ୨୦୨୩ରେ ରିଲିଜ୍ ହେବ।